ଭୁବନେଶ୍ୱର:କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୟନ୍ତୀ ଅବସରରେ ‘ମହାମନା’ ପଣ୍ଡିତ ମଦନ ମୋହନ ମାଳବୀୟଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଶ୍ରୀ ପ୍ରଧାନସୋସିଆଲ ମିଡିଆଏକ୍ସରେ ଲେଖିଛନ୍ତି, “କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା , ଭାରତ ରତ୍ନ ‘ମହାମନା’ ପଣ୍ଡିତ ମଦନ ମୋହନ ମାଳବୀୟଜୀ ଏକ ଏମିତି ଶିକ୍ଷାନୁଷ୍ଠାନର ସ୍ଥାପନା କରିଥିଲେ , ଯାହା ଆଜି ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ଗଣ୍ୟ।”
ମାଳବୀୟଜୀ ଭାରତୀୟ ପାରମ୍ପରିକ ଜ୍ଞାନ ଏବଂ ଆଧୁନିକ ଶିକ୍ଷାର ସମନ୍ୱୟ ପାଇଁ ଦୃଢ଼ ସମର୍ଥକ ଥିଲେ। ସେ ଶିକ୍ଷାକୁ ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ରୀୟ ଚେତନାର ଅଧାର ବୋଲି ମନେ କରୁଥିଲେ। ତାଙ୍କ ପ୍ରୟାସରେ ଭାରତୀୟ ସମାଜ କେବଳ ଜ୍ଞାନର କ୍ଷେତ୍ରରେ ନୂତନ ଉଚ୍ଚତାକୁ ସ୍ପର୍ଶ କରିନାହିଁ, ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କୁ ପ୍ରେରିତ କରିଥିଲେ।ମାଳବୀୟଜୀ ଦ୍ୱାରା ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ସ୍ଵପ୍ନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଗଠିତଜାତୀୟ ଶିକ୍ଷା ନୀତି 2020 ଦ୍ୱାରା ସାକାର କରାଯାଉଛି। ଆଜି ‘ମହାମନା’ ପଣ୍ଡିତ ମଦନ ମୋହନ ମାଳବୀୟଜୀଙ୍କ ଜୟନ୍ତୀ ଅବସରରେ ଏହି ମହାନ ବ୍ୟକ୍ତିତ୍ୱକୁ କୋଟି-କୋଟି ନମନ କରୁଛି।