ଚଣ୍ଡିଗଡ-ହରିୟାଣାରେ ବୁଧବାର ଦ୍ୱିପ୍ରହର ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ବିନ୍ଦୁ ସୋନିପତ ଜିଲ୍ଲାର କୁଣ୍ଡଳ ଗାଁ ଅଟେ । ତେବେ ଏଥିରେ କ୍ଷୟକ୍ଷତିରେ କୌଣସି ସୂଚନା ନାହିଁ ।
ବୁଧବାର ଦ୍ୱିପ୍ରହର 12.28 ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ହରିୟାଣାର ରୋହତକ, ସୋନିପତ ଓ ପାନୀପତରେ ଝଟ୍କା ଅନୁଭୂତ ହୋଇଥିଲା ଏବଂ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ନ୍ୟାସନାଲ ସେଂଟର ଫର୍ ସିସ୍ମୋଲୋଜି ମୁତାବକ ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରହିଛି । ଏହାର କେନ୍ଦ୍ର ସୋନିପତର କୁଣ୍ଡଳ ଗାଁରେ 5 କିଲୋମିଟର ଗଭୀରରେ ଥିଲା ।