ଖଜୁରାହୋ/ଭୋପାଳ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ ପାଇଁ ନଦ ଜଳର ଗୁରୁତ୍ୱ ସର୍ବପ୍ରଥମେ ବାବା ସାହେବ ଆମ୍ବେଦକର ବୁଝିଥିଲେ । ଭାରତରେ ଯେଉଁ ନଦୀ ଘାଟି ପ୍ରକଳ୍ପ ତିଆରି ହୋଇଛି, ତାର ପଛରେ ତାଙ୍କର ଦୂରଦୃଷ୍ଟି ଥିଲା, କିନ୍ତୁ କଂଗ୍ରେସ କେବେ ବାବା ସାହେବଙ୍କୁ ଏହାର ଶ୍ରେୟ ଦେଇନାହିଁ । କଂଗ୍ରେସର ସରକାର ତାଙ୍କର ଯୋଗଦାନ ପାଇଁ କାହାରିକୁ ଜାଣିବାକୁ ଦେଇନଥିଲା । ସେ କହିଛନ୍ତି ଯେ, ଅନେକ ରାଜ୍ୟ ମଧ୍ୟରେ ନଦୀ ଜଳକୁ ନେଇ ବିବାଦ ଲାଗିରହିଛି । ଯେଉଁ ସମୟରେ କଂଗ୍ରେସର ସରକାର ଥିଏେ. ସିଏ ଏହି ବିବାଦକୁ ତୁଟାଇ ପାରିଥାନ୍ତା, କିନ୍ତୁ ଏଭଳି କରିନାହିଁ । ଅଟଳଜୀଙ୍କ ସରକାର ପାଣି ସହିତ ଜଡିତ ସମସ୍ୟାର ନିରାକରଣ ପାଇଁ ଉଦ୍ୟମ କରିଥିଲା, କିନ୍ତୁ ତାଙ୍କ ସରକାର ଯିବା ପରେ କଂଗ୍ରେସ ଏହାକୁ ଥଣ୍ଡା ବସ୍ତାରେ ପକାଇ ଦେଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ବୁଧବାର ମଧ୍ୟପ୍ରଦେଶର ଖଜୁରାହୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 101ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ କେନ-ବେତବା ଲିଙ୍କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହିତ ସେ ଓକାରେଶ୍ୱର ଫ୍ଲୋଟିଂ ସୋଲାର ପାୱାର ପ୍ଲାଂଟର ଉଦଘାଟନ କରିଛନ୍ତି । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜୀବନ ଉପରେ ଆଧାରିତ ଏକ ଲଘୁ ଫିଲ୍ମର ପ୍ରଦର୍ଶିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସ୍ମୃତିରେ ଡାକ ଟିକେଟ ଓ ମୁଦ୍ରା ବି ଜାରି କରିଥିଲେ ।