ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦ୍ୱିପ୍ରହର ପ୍ରାୟ 12ଟା ବେଳେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ପିଲାଙ୍କୁ ଭାରତର ଭବିଷ୍ୟତର ମୂଳଦୁଆ ଭାବେ ସମ୍ମାନିତ କରୁଥିବା ଦେଶବ୍ୟାପୀ ସମାରୋହ ବୀର ବାଲ୍ ଦିବସରେ ଭାଗ ନେବେ । ଏହି ଅବସରରେ ସେ ଉପସ୍ଥିତ ଜନସମୂହକୁ ସଂବୋଧିତ କରିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବୁଧବାର ଏକ ବୟାନରେ ଏନେଇ ସୂଚନା ଦେଇଛି । ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ସୁପୋଷିତ ଗ୍ରାମ ପଂଚାୟକ ଅଭିଯାନର ଶୁଭାରମ୍ଭ କରିବେ । ଏହାର ଉଦ୍ଦେଶ୍ୟ ପୋଷଣ ସଂପର୍କିତ ସେବାର କ୍ରିୟାନ୍ୱୟନକୁ ସୁଦୃଢ କରି ଏବଂ ସକ୍ରିୟ ସାମୁଦାୟିକ ଭାଗିଦାରୀ ସୁନିଶ୍ଚିତ କରି ପୋଷଣ ସଂପର୍କିତ ପରିଣାମ ଓ କଲ୍ୟାଣରେ ସୁଧାର ଆଣିବା ।