-
ସମୀକ୍ଷା ବୈଠକରେ ବିଧାୟକ, ମେୟର, ତିନି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ
ଭୁବନେଶ୍ୱର, ଏଠା ରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି। ଏହି ବୈଠକରେ ବିଏମସି କମିସନର , ବିଧାୟକ, ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି ଯେ ୯ ଜାନୁୟାରୀ ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ମହାତ୍ମା ଗାନ୍ଧୀଙ୍କ ଭାରତ ଫେରିବାକୁ ଏହି ଦିବସ ସ୍ମରଣ କରିଥାଏ । ଏହି ଦିନକୁ ପାଳନ କରିବାପାଇଁ ୨୦୦୩ରେ ପ୍ରବାସୀ ଭାରତୀୟ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ କରାଯାଇଥିଲା । ଭାରତର ବିକାଶ ପାଇଁ ବିଦେଶୀ ଭାରତୀୟ ସମ୍ପ୍ରଦାୟର ସହଭାଗିତା ଏହି ଆୟୋଜନର ମୂଳ ଉଦ୍ଦେଶ୍ୟ । ତେବେ ୨୦୧୫ ଠାରୁ ସଂଶୋଧିତ ଫର୍ମାଟରେ ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଛି । ଆମେ ଗର୍ବିତ ଯେ ଆମର ଯଶ୍ବସୀ ପ୍ରଧାନମନ୍ତ୍ରୀ ବିଭିନ୍ନ ଆର୍ନ୍ତଜାତୀୟ ଦେଶ ଗସ୍ତ ସମୟରେ ସେ ଦେଶବାସୀଙ୍କୁ ଓଡିଶା ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଛନ୍ତି । କୁଏତ ଗସ୍ତର ସଦ୍ୟତମ ଉଦାହରଣ ଯେଉଁଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗଞ୍ଜାମର ଜଣେ ଯୁବକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଭୁବନେଶ୍ବର ଠାରେ ଆୟୋଜିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ସର୍ବଭାରତୀୟ ସ୍ତରରେ ଓଡିଶାର ସଂସ୍କୃତି ଓଐତିହ୍ୟ ପ୍ରଦର୍ଶନ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସମସ୍ତଙ୍କ ମିଳିତ ପ୍ରୟାସରେ ଏହା ସଫଳ କରି ଆମ ରାଜ୍ୟକୁ ବିଶ୍ବସ୍ତରରେ ଗର୍ବିତ କରାଇ ପାରିବା । ଜାନୁଆରୀ ୮ ,୯,୧୦ ତିନି ଦିନ ଧରି ଚାଲିବ ପ୍ରବାସୀ ଭାରତୀୟ ଦିବସ। ପୂର୍ବରୁ ଇନ୍ଦୋର ଓ ବାରଣାସୀ ଅନୁଷ୍ଟିତ ହେଇଥିଲା ପ୍ରବାସୀ ଭାରତୀୟ ଦିବସ। ଉଦଘାଟନରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦ୍ୱିତୀୟ ଦିନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉଦଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯୋଗଦେବେ ।
ଓଡ଼ିଶା ସରକାରଙ୍କ ଗୃହ ବିଭାଗ , ପର୍ଯ୍ୟଟନ ବିଭାଗ ପୂରା ପ୍ରସ୍ତୁତିରେ ଲାଗିପଡିଛନ୍ତି । କଟକ , ପୁରୀ , ଭୁବନେଶ୍ବର ଓ କୋଣାର୍କ ପର୍ଯ୍ୟଟନ କ୍ଷେତ୍ର ରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ୧୪୦ ଦେଶର ଅତିଥି ଓ ପାଞ୍ଚ ହଜାର ରୁ ସାତ ହଜାର ପ୍ରବାଦୀ ଭାରତୀୟ ଯୋଗ ଦେବେ। ଅନ୍ୟ ଦେଶରୁ ଆସୁଥିବା ଅତିଥି ଓ ପ୍ରବାସୀ ଭାରତୀୟ ପାଇଁ ହୋଟେଲ, ଆଇ ବି , ଗେଷ୍ଟ ହାଉସ ବୁକିଂ ଚାଲିଛି। ଓଡ଼ିଶାର ସଂସ୍କୃତି , ପରମ୍ପରା ଐତିହ ବିଷୟରେ ସମସ୍ତେ ଜାଣିବେ । ଏ ନେଇ ସବୁ ପ୍ରକାର ବ୍ୟବସ୍ଥା କରୁଛି ପର୍ଯ୍ୟଟନ ବିଭାଗ । ଯିବା ଆସିବ ପାଇଁ କ୍ରୁଟ ପକ୍ଷରୁ ୫୦ ଟି ନୁଆ ବସ ଓ ୫ଟି ଡବଲ ଡ୍ଡେକର ବସ ଚାଲିବ। ଓଡ଼ିଶା ପୋଲିସ ସୁରକ୍ଷା କୁ କଡ଼ା କଡି କରିଛି। କିଛିଦିନ ପୁର୍ବରୁ ଡ଼ିଜି, ଆଜି ସମ୍ମିଳନୀ ରେ ଆମେ ବେଶ ସଫଳତା ପାଇଛୁ। ଭୁବନେଶ୍ଵରରକୁ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ କରାଯାଇଅଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରାରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭୁବନେଶ୍ବର, କଟକ, ପୁରୀ ଓ ଖୋରଧା ଜିଲ୍ଲାରେ ଏ ନେଇ ପ୍ରସ୍ତୁତି କାର୍ଯ୍ୟର ନିୟମିତ ସମୀକ୍ଷା କରିବା ସହିତ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଖାରବେଳ ଭବନ ଠାରେ ଅନୁଷ୍ଠିତ ଉକ୍ତବୈଠକରେ ବିଧାୟକ ବାବୁ ସିଂ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ମେୟର ସୁଲୋଚନା ଦାସ, କମିଶନର, ବିଏମସି, ରାଜେଶ ପ୍ରଭାକର ପାଟିଲ, ଭିସି ବିଡିଏ ତିରୁମାଳା ନାଏକ, ପର୍ଯ୍ୟଟନ ନିର୍ଦେଶକ, ସଂସ୍କୃତି ବିଭାଗ ନିର୍ଦେଶକ, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାପାଳଙ୍କ ସେମତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।