ଢ଼େଙ୍କାନାଳ- ଢ଼େଙ୍କାନାଳ ଜିଲ୍ଲା ଭୁବନ ଅଂଚଳରେ ଗତ ୨୦୧୬ ମସିହା ଜାନୁଆରୀ ୨୬ ତାରିଖରେ ସଂଗଠିତ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଶିବାନନ୍ଦ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଘଟଣା ଦିନ ଅଭିଯୁକ୍ତ ଶିବାନନ୍ଦ ନାବାଳିକାକୁ ଦୁଷ୍କର୍ମ କରିବା ସହ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତା’ର ତଂଟି ଚିପି ହତ୍ୟା କରିଥିଲା । ମାମଲାର ବିଚାର କରି ଆଜି କୋର୍ଟ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।