ରାଂଚି– ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଙ୍ଗଳବାର କାଂକେ ରୋଡ ରାଂଚି ସ୍ଥିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଉତର ପ୍ରଦେଶର ଉଚ୍ଚ ଶିକ୍ଷା ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ଏବଂ କାରାଗାର ସୁରେଶ ରାହି ସାକ୍ଷାତ କରିଛନ୍ତି । ଏହାସହିତ ସେ ମୁଖ୍ୟମନ୍ତ୍ରୀଙ୍କୁ ଭାରତୀୟ ସଂସ୍କୃତି ଏବଂ ଆସ୍ଥାର ପ୍ରତୀକ ପ୍ରୟାଗରାଜ ମହାକୁମ୍ଭ 2025ରେ ସମ୍ମିଳିତ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ଏବଂ ସୁରେଶ ରାହି ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ତରଫରୁ ନିମନ୍ତ୍ରଣ, ପବିତ୍ର ଗଙ୍ଗାଜଳ ଏବଂ ମହାକୁମ୍ଭର ପ୍ରତୀକ ଚିହ୍ନ ଭେଟି ଦେଇ ମହାକୁମ୍ଭରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଉଭୟ ମନ୍ତ୍ରୀଙ୍କୁ ସ୍ମୃତିଚିହ୍ନ ଦେଇ ଧନ୍ୟବାଦ ଜଣାଇଥିଲେ ।
Related Stories
December 24, 2024
December 23, 2024