କଟକ, ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖାର ସଭାପତି ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟ ଭୂଗୋଳ ବିଭାଗର ପ୍ରଫେସର ତଥା ମୁଖ୍ୟ ଡକ୍ଟର ଶିବବ୍ରତ ଦାଶ ଓ ବିଦ୍ୟାଳୟ ଶାଖାର ସଭାପତି ଭାବେ ରାଣୀହାଟ ହାଇସ୍କୁଲର ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ନିର୍ବାଚିତ ହୋଇଛନ୍ତି। ସେହିପରି ଡକ୍ଟର ବିପ୍ଳବ କୁମାର ଗୁରୁ ଓ ଡକ୍ଟର ବିକଳି ଚରଣ ଦାସ ଯଥାକ୍ରମେ ଉଚ୍ଚଶିକ୍ଷା ଶାଖାର ସାଧାରଣ ସମ୍ପାଦକ ଓ ଶୈକ୍ଷିକ ପ୍ରକୋଷ୍ଠ ମୁଖ୍ୟ ଏବଂ ପ୍ରମୋଦ କୁମାର ବାଜୁବନ୍ଧ ଓ ଡକ୍ଟର ନିରଞ୍ଜନ ମହାନ୍ତି ଯଥାକ୍ରମେ ବିଦ୍ୟାଳୟ ଶାଖାର ସାଧାରଣ ସମ୍ପାଦକ ଓ ସଂଗଠନ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ସେମାନେ ଗତ ପହିଲାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକାଳ ତିନିବର୍ଷ ରହିବ ବୋଲି ମହାସଂଘ ପକ୍ଷରୁ ଆଜି ଏଠାରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି।
Related Stories
December 23, 2024