ନୂଆଦିଲ୍ଲ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସରକାରୀ ବିଭାଗ ଓ ସଙ୍ଗଠନରେ ନବନିଯୁକ୍ତି ଭର୍ତ୍ତି ପାଇଁ 71,000ରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିବେ । ଏହା ବ୍ୟତୀତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ସିବିସିଆଇ ସେଂଟରରେ କ୍ୟାଥଲିକ ବିଶପ୍ସ କନଫରେନ୍ସ ଅଫ୍ ଇଣ୍ଡିଆର କ୍ରିସମାସ ସମାରୋହର ଶୋଭା ବଢାଇବେ ।
ଭିସି ଜରିଆରେ ଆଜି ପ୍ରଧାନମନ୍ତ୍ରୀ 71,000ରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିବେ । ଏହି ଅବସରରେ ସେ ଲୋକଙ୍କ ସଂବୋଧିତ କରିବେ । ରୋଜଗାର ମେଳା ରୋଜଗାର ସୃଜନର ସର୍ବୋଚ୍ଚ ପ୍ରାଥମିକତା ଦେବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ରୋଜଗାର ଦେଶର 45ଟି ସ୍ଥାନରେ ଆୟୋଜିତ କରାଯିବ ।