ଭୁବନେଶ୍ୱର – ଫନି ସହାୟତା ବାବଦରେ ସର୍ଭେ ହୋଇଥିବା ୨୧ ହଜାର ୮୮୩ ଜଣଙ୍କ ସମେତ ରାଜଧାନୀ ଭୁବନେଶ୍ୱରର ସମସ୍ତ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଯୋଗାଇଦେବା ଏବଂ ଅଶୋକନଗରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଡମ୍ପିଂୟାର୍ଡ ଯୋଜନା ବନ୍ଦ କରିବା ଦାବିରେ ଶୁକ୍ରବାର ଏଆଇଟିୟୁସି ଅନୁବନ୍ଧିତ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ବିଏମ୍ସି କାର୍ଯ୍ୟାଳୟ ଘେରାଉ ସହିତ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ପୂର୍ବାହ୍ନରେ ଶହ ଶହ ଉଠା ଦୋକାନୀ ଓ ଅଶୋକ ନଗର ବାସିନ୍ଦା ଉଠାଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନାଙ୍କ ନେତୃତ୍ୱରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଓ କଳ୍ପନା ଛକ ଅତିକ୍ରମ ପୂର୍ବକ ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ବିକ୍ଷୋଭକାରୀଙ୍କୁ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ ସୁର ଜେନା ଉଦ୍ବୋଧନ ଦେଇ ବିଏମ୍ସିର ବାଛ ବିଚାର କରି ଫନି ସହାୟତା ଦେବାକୁ ନିନ୍ଦା କରି ସମସ୍ତଙ୍କୁ ସହାୟତା ଦାବି କରିଥିଲେ । ଅନ୍ୟପକ୍ଷରେ ଅଶୋକନଗରସ୍ଥିତ ସିପିଆଇ ଓ ସିପିଆଇ(ଏମଏଲ) ରାଜ୍ୟ ଅଫିସକୁ ଲାଗିଥିବା ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଆବର୍ଜ୍ଜନା ଡମ୍ପିଂୟାଡର଼୍ କରିବା ପାଇଁ ବିଏମ୍ସି ଯେଉଁ ଜନ ବିରୋଧୀ ଓ ପରିବେଶ ପ୍ରଦୂଷଣକାରୀ ନିଷ୍ପତି ନେଇଛି ସେଥିରୁ କ୍ଷାନ୍ତ ହୋଇ ତୁରନ୍ତ ଶିଶୁ ଉଦ୍ୟାନ ପ୍ରତିÂା କରିବା ଏବଂ ବିଜୁ ପଟ୍ଟନାୟକଙ୍କ ଘୋଷଣାମତେ ଉକ୍ତ ଶିଶୁ ଉଦ୍ୟାନକୁ ଓଡ଼ିଶାରେ କମୁ୍ୟନିଷ୍ଟ ଆନେ୍ଦାଳନର ପ୍ରତିÂାତା ଭଗବତୀ ଚରଣ ପାଣିଗ୍ରାହୀଙ୍କ ନାମରେ ନାମିତ କରିବା ସକାଶେ ଦାବି ଜଣାଇଥିଲେ ।
ଏହାପରେ ଏକ ୫ଜଣିଆ ପ୍ରତିନିଧିମଣ୍ଡଳୀ ବିଏମ୍ସି କମିଶନରଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । କମିଶନର ସମସ୍ତ ଉଠାଦୋକାନୀଙ୍କୁ ଫନି ସହାୟତା ଦିଆଯିବ ଓ ଡମ୍ପିଂୟାର୍ଡ ସମ୍ପର୍କରେ ବିଚାର କରାଯିବ ବୋଲି କହିଥିଲେ ।