କଣାସ- କଣାସ ବ୍ଲକର ଚାଷୀମାନେ ଫନି ମହାବାତ୍ୟାରେ ଶାରଦ ଧାନ ଫସଲ ହରାଇ ରବି ଋତୁରେ ଖରାଟିଆ ଧାନ ଫସଲ କରି ଲାଭବାନ୍ ହେବାକୁ ଆଶା ରଖିଥିଲେ । ହେଲେ କେନାଲରେ ଜଳଯୋଗାଣ ବିଳମ୍ବ ଯୋଗୁଁ ବିଲରେ ରୋଇଥିବା ତଳି ସବୁ ଏବେ ଜଳିଯିବାକୁ ବସିଲାଣି ।
ଅନେକ ଚାଷୀ ଖରାଟିଆ ଧାନ ଫସଲ ପାଇଁ ଗଡିଆ, ପୋଖରୀ, ନାଳରୁ ପାଣି ବୁହାଇ ଧାନ ଫସଲ କରିବା ପାଇଁ ଖରାଟିଆ ଧାନତଳି ପକାଇଥିଲେ । କିନ୍ତୁ, କଣାସ କେନଲରେ ଆବଶ୍ୟକୀୟ ପାଣି ଯୋଗାଇ ଦିଆଯାଇନଥିବାରୁ କ୍ଷେତରେ ତଳିସବୁ ଜଳିଯିବାକୁ ବସିଲାଣି । ଫସଲ ରକ୍ଷା ପାଇଁ ତୁରନ୍ତ କଣାସ କେନାଲରେ ଜଳ ଯୋଗାଇଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମକରା ବେହେରାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୁହନ୍ତି, ଜାନୁଆରୀ ଶେଷ ସପ୍ତାହରେ କଣାସ ଠାରେ ଜଳ ଆସି ପହଂଚିବ ।