ଭୁବନେଶ୍ୱର– ରାଜ୍ୟରେ ହେଉଥିବା ଧାନ କିଣା ରେ ସ୍ୱଚ୍ଛତା ପାଇଁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ୩୦ ଟି ରାଜସ୍ବ ଜିଲ୍ଲାର ପେଡ଼ିପେକରମେଣ୍ଟ କମିଟିର ଚାଷୀ ପ୍ରତିନିଧି ଓ ବରିଷ୍ଠ ଚାଷୀ ନେତା ମାନେ ସାମିଲ ହୋଇଛନ୍ତି। ରାଜ୍ୟରେ ସ୍ୱଚ୍ଛତାର ସହ କେମିତି ଧାନ କିଣା ହେବ, କଟନୀ ଛଟନୀ ବନ୍ଦ ସହ ଚାଷୀ କେମିତି ସୁବିଧାରେ ଧାନ ବିକିବ, ଡିଲର ମାନଙ୍କ ଦାଦାଗିରି ବନ୍ଦ ହେବ, ଚାଷୀ 48 ଘଣ୍ଟା ଭିତରେ ତାର ପ୍ରାପ୍ୟ ପାଇବ ସେ ନେଇ ଏହି ବୈଠକରେ ଆଲୋଚନା ହୋଇଛି। ଓଡିଶାରେ ଥିବା 4193 ଟି ଧାନ ମଣ୍ଡିରେ ବିଜେପି କୃଷକ ମୋର୍ଚ୍ଚାର କର୍ମୀ ମାନେ ଜଗିବା ସହ ଧାନ ବିକ୍ରି ପ୍ରଣାଳୀର ତଦାରଖ କହିବା ପାଇଁ ହୋଇଛି ନିଷ୍ପତି ହୋଇଥିବା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି ।
Related Stories
December 22, 2024