ଭୁବନେଶ୍ୱର– ଦେଶରେ ସ୍କୁଲ ଏଜୁକେଶନରେ ଡିଏଭିର ବହୁତ ବଡ ଯୋଗଦାନ ଅଛି। ଆମ ରାଜ୍ୟରେ ୬୦ରୁ ଅଧିକ ସ୍କୁଲ ଅଛି ଗୁଣାତ୍ମକ ଶିକ୍ଷାରେ ଛାତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ପାଠ ପଢ଼ିବା ବିଜ୍ଞାନ ପ୍ରତି ଆକର୍ଷଣ ବଢ଼ାଇବା , ଖେଳ ସହ ସାଂସ୍କୃତିକ ବ୍ୟକ୍ତିତ୍ଵ ତିଆରି କରିବାରେ ଡ଼ିଏଭିର ଦକ୍ଷତା ଅଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୁଁ ଆଜି ତାଙ୍କୁ ନିବେଦନ କରିଛି ଓଡ଼ିଶାରେ ସ୍କୁଲ ଅଧିକ ଖୋଲୁ । ଜାତୀୟ ଶିକ୍ଷାନୀତି ୨୦୨୦କୁ ସଠିକ୍ ଓ ପ୍ରଭାବୀ ଢଙ୍ଗରେ କ୍ରୀୟାନୟନ କରାଯାଉ । ଓଡ଼ିଶାକୁ ଯେତେବେଳେ ୧୦୦ ବର୍ଷ ପୂରିବ ସେବେ ସୁଦ୍ଧା ଓଡ଼ିଶାରେ ୧୦୦ ଟି ଡିଏଭି ସ୍କୁଲ ହେଇ । ଉପାନ୍ତ ଅଞ୍ଚଳରେ ହେଉ ପଛୁଆ ଅଞ୍ଚଳରେ ହେଉ ତାହା ଦ୍ଵାରା ସାମାନ୍ୟ ଗରିବ ଘରର ପିଲା ମାନେ ବି ଡିଏଭି ସ୍ତରର ପାଠ ପଢ଼ାର ସୁଯୋଗ ପାଇବେ । ଡିଏଭିରେ ଏଥର ଅନେକ ଅଲମ୍ପିକ ମେଡାଲ ବିଜେତା ଓ କଳାକାର ବାହାରିଛନ୍ତି । ଡିଏଭି ଭଲ ମଣିଷ ତିଆରି କାରଖାନା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
Related Stories
December 22, 2024