ସିରସା- ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ ନ୍ୟାସନାଲ ଲୋକଦଳର ମୁଖ୍ୟ ଚୌଧୁରୀ ଓମ୍ ପ୍ରକାଶ ଚୌଟାଲାଙ୍କ ଅନ୍ତିମ ସଂସ୍କାର ଆଜି ଦ୍ୱିପ୍ରହର ତିନିଟା ବେଳେ ଜିଲ୍ଲାର ତେଜା ଖେଡା ଫାର୍ମହାଉସରେ ରାଜକୀୟ ସମ୍ମାନର ସହ କରାଯିବ । ଏହି ସ୍ଥାନ ସହିତ ତାଙ୍କ ବିଶେଷ ଆଗ୍ରହ ଥିଲା ।
ଗତକାଲି ରାତିରେ ତେଜା ଖେଡା ଫାର୍ମ ହାଉସକୁ ତାଙ୍କ ପାର୍ଥିବ ଶରୀର ଅଣାଯାଇଛି । ଆଜି ଦ୍ୱିପ୍ରହର 2ଟା ଯାଏ ଲୋକେ ତାଙ୍କର ଶେଷ ଦର୍ଶନ କରିପାରିବେ । ଦ୍ୱିପ୍ରହର ତିନିଟା ବେଳେ ତାଙ୍କୁ ମୁଖାଗ୍ନି ଦିଆଯିବ । କାଲି ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।