ଭୁବନେଶ୍ୱର– ଟ୍ରିପଲ ଇଞ୍ଜିନ ସରକାର ଥାଇ ସମାଧାନ ହୋଇପାରୁନି ମହାନଦୀ ଜଳ ବିବାଦ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ, ଡବଲ ଇଞ୍ଜିନ ଜାଗାରେ ଟ୍ରିପିଲ ଇଞ୍ଜିନ ଆସିଛି । ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର । କିନ୍ତୁ ମହାନଦୀ ଜଳ ବିବାଦର ସମାଧାନ ଆହୁରି ବିଳମ୍ବିତ ହେଉଛି । ଟ୍ରିପଲ ଇଞ୍ଜିନ ସରକାର ଥାଇ ମଧ୍ୟ ମହାନଦୀ ବିବାଦର ସମାଧାନ ହୋଇପାରୁନାହିଁ । ସରକାର ଯେତେ ଇଞ୍ଜିନର ହେଉ, ତାହା ଚାଲିବା ଦରକାର । ଟ୍ରିପଲ ଇଞ୍ଜିନ ଜାଗାରେ 5ଟା ଇଞ୍ଜିନ ଲଗାଇଲେ ବି ଯଦି ଇଞ୍ଜିନ ଚାଲିବ ନାହିଁ, ତାହେଲେ କଣ କରାଯିବ ।
Related Stories
December 21, 2024