ଭୁବନେଶ୍ୱର- ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ରାଉତଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ରାଉତ ଜଣେ ଅତ୍ୟନ୍ତ ସରଳ, ନିଷ୍କପଟ, ସ୍ନେହୀ ଓ ବନ୍ଧୁବତ୍ସଳ ବ୍ୟକ୍ତିଭାବରେ ପରିଚିତ ଥିଲେ । ମନ୍ତ୍ରୀ ଭାବରେ ହେଉ ଅଥବା ସାଂଗଠନିକ କ୍ଷେତ୍ରରେ ହେଉ ତାଙ୍କୁ ଯେତେବେଳେ ଯାହା ଦାୟିତ୍ୱ ମିଳିଛି ତାକୁ ସେ ନିଷ୍ଠାର ସହ ସମ୍ପାଦନ କରିଥାନ୍ତି । ତାଙ୍କର ମୃତ୍ୟୁ ଦଳପାଇଁ ଏକ ଅପୁରଣୀୟ କ୍ଷତି । ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସଂଗେ ସଂଗେ ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
Related Stories
November 23, 2024