ନୂଆଦିଲ୍ଲୀ– ଆମ୍ବେଦକର ଓ ସାଂସଦଙ୍କ ମଧ୍ୟରେ ହୋଇଥିବା ଠେଲାପେଲା ପ୍ରସଙ୍ଗକୁ ନେଇ ହଙ୍ଗାମା ମଧ୍ୟରେ ଶୁକ୍ରବାର ରାଜ୍ୟସଭା ଅନିଶ୍ଚିତକାଳ ଯାଏ ସ୍ଥଗିତ ରଖାଯାଇଛି । ଶୁକ୍ରବାର ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହଙ୍ଗାମା କରିଥିଲେ । ସଭାପତି ଜଗଦୀପ ଧନଖଡ ପ୍ରଥମେ ଗୃହକୁ ମଧ୍ୟାହ୍ନ 12ଟା ଯାଏ ସ୍ଥଗିତ ରଖିଥିଲେ । ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି ପାଇଁ ରାଜ୍ୟସଭାର 12 ସାଂସଦଙ୍କୁ ନାମିତ କରାଯାଇଥିଲା ।
ଶୁକ୍ରବାର ସଭାପତି ଜଗଦୀପ ଧନଖଡ ସଭାର ଶୀତକାଳୀନ ଅଧିବେଶନରେ ନିଜ ସମାପନ ଭାଷଣରେ କହିଛନ୍ତି ଯେ, ସମ୍ବିଧାନର 75ତମ ବର୍ଷପୂର୍ତ୍ତି ଅବସରରେ ଏହି ଅଧିବେଶନର ସମାପନ କରିବା ବେଳେ ମୋତେ ଗମ୍ଭୀର ଚିନ୍ତନର ମୁହୂର୍ତ୍ତ ଦେଖିବାକୁ ପଡୁଛି । ଐତିହାସିକ ସମ୍ବିଧାନ ଗୃହରେ ସମ୍ବିଧାନ ଦିବସ ପାଳନର ଉଦ୍ଦେଶ୍ୟ ଗଣତାନ୍ତ୍ରିକ ମୂଲ୍ୟକୁ ସୂଚିତ କରିବାକୁ ଥିଲା, କିନ୍ତୁ ଏହି ଗୃହରେ ହୋଇଥିବା କାର୍ଯ୍ୟ ଏକ ଭିନ୍ନ କାହାଣୀ ବୟାନ କରୁଛି ।
ସେ କହିଛନ୍ତି ଯେ, ଏହି ଅଧିବେଶନର ଉତ୍ପାଦକତା ମାତ୍ର 40.03 ପ୍ରତିଶତ ଅଟେ, ଯେଉଁଥିରେ କେବଳ 43 ଘଂଟା ଓ 27 ମିନିଟରେ ପ୍ରଭାବମୂଳକ କାର୍ଯ୍ୟ ହୋଇଛି ।