ପାଟଣା – ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଛି । ଏହାପରେ ଶୁକ୍ରବାର ତାଙ୍କର ପୂର୍ବ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଦିଆଯାଇଛି । ନୀତିଶ ପାଟଣାରେ ଚାଲୁଥିବା ଗ୍ଲୋବାଲ ନିବେଶକ ସମ୍ମିଳନୀ-ବିହାର ବିଜନେସ କନେକ୍ଟ 2024ରେ ଭାଗ ନେବେ ନାହିଁ । ସିଏମଙ୍କ ସ୍ୱାସ୍ଥ୍ୟ ସଂପର୍କରେ ବିଶେଷ ସୂଚନା ମିଳିନାହିଁ । କୁହାଯାଉଛି ଥଣ୍ଡା ପାଗ କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି । ଡାକ୍ତର ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି ।