ଭୁବନେଶ୍ୱର,୧୯୮୯ ମସିହାରେ ବାଣୀବିହାରରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ସମସ୍ତ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ସେହି ବର୍ଷ ଗଠିତ ବାଣୀବିହାର ୮୯’ ପୁରାତନ ଛାତ୍ର ସଂସଦ(VV89′) ଚଳିତ ବର୍ଷ ଏହାର ୩୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ।
୨୦୧୪ ମସିହାରେ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହ ପର ଠାରୁ ଦେଶବିଦେଶରେ ଅବସ୍ଥାପିତ ଏହି ବ୍ୟାଚର ଶତାଧିକ ଛାତ୍ରଛାତ୍ରୀ ଅନୁଷ୍ଠାନ ସହ ସଂଯୁକ୍ତ ହୋଇ ବର୍ଷ ବ୍ୟାପି ଅନେକ ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ କରିଛନ୍ତି ।
ଚଳିତ ଡିସେମ୍ବର ମାସ ୨୯ ତାରିଖରେ ବାଣୀବିହାରସ୍ଥିତ ଏମ୍.କେ.ସି.ଜି. ପ୍ରେକ୍ଷାଳୟରେ ବାଣୀବିହାର ୮୯ ପୁରାତନ ଛାତ୍ର ସଂସଦର ୩୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେବ ବୋଲି ସଂସଦର ଆବାହକ ଡ. ଗଣେଶ୍ଵର ଜେନା ସୂଚନା ଦେଇଛନ୍ତି । ବାଣୀବିହାର ୮୯’ ପୁରାତନ ଛାତ୍ର ସଂସଦର ସଦସ୍ୟ ତଥା ଓଡ଼ିଶା ସରକାରର ମାନ୍ୟବର ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଜଗତସିଂହପୁରର ଲୋକସଭା ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ ଏହି ଉତ୍ସବରେ ଅତିଥି ଭାବେ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରକାଶ ପାଉଥିବା ଏକ ସ୍ମରଣିକା ମଧ୍ୟ ଉନ୍ମୋଚିତ ହେବ । ସମାରୋହ ସଂକ୍ରାନ୍ତ ଯେକୌଣସି ଅନୁସନ୍ଧାନ ନିମନ୍ତେ ସଭାପତି ଶ୍ରୀ ନୃସିଂହ ସ୍ୱାଇଁ(94370 87975 ), ସମ୍ପାଦକ ଶ୍ରୀ ଜୀତେନ୍ଦ୍ରୀୟ ପାତ୍ର (8895888449), କୋଷାଧ୍ୟକ୍ଷ ଶ୍ରୀ ଅମ୍ବିକା ପ୍ରସାଦ ରାଉତ (9437389279), ମୁଖ୍ୟ ପରାମର୍ଶଦାତା ଶ୍ରୀ ପ୍ରଦୀପ୍ତ କୁମାର ଗାହାଣ ( 9438485228 ) ଓ ଶ୍ରୀ ସୌଭାଗ୍ୟ କୁମାର ଆଚାର୍ଯ୍ୟ (7978329077)ଙ୍କ ସହ ସଂପର୍କ କରିବା ପାଇଁ ଆବାହକ ଡ. ଜେନା ଅନୁରୋଧ କରିଛନ୍ତି ।
Related Stories
December 21, 2024