କେନ୍ଦୁଝର– କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଗୋନାସିକା- କେନ୍ଦୁଝର ମହୋତ୍ସବର ବର୍ଣାଢ୍ୟ ମଞ୍ଚରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବହୁପ୍ରତୀକ୍ଷିତ କେନ୍ଦୁଝର ଥିମ୍ ସଂଗ ବା କେନ୍ଦୁଝର ସଂଗୀତ ଉନ୍ମୋଚିତ ହୋଇଛି । ସେଇ ‘ମାଆଟି ମୋର କେନ୍ଦୁଝର ଓ ଆମ ଗର୍ବ-ଗୋନାସିକା ମହୋତ୍ସବ’ ଟ୍ୟାଗ୍ ଲାଇନ୍ରେ ପ୍ରସ୍ତୁତ ଏହି ଗୀତଟିରେ କେନ୍ଦୁଝରର ଐତିହ୍ୟ, ଚଳଣି, ସଂସ୍କୃତି ଓ ସାଧାରଣ ଜନଜୀବନର ଛାପ ରହିଛି। ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତ ତଥା ଗୀତିକାରଙ୍କ ସୁବ୍ରତ ସ୍ବାଇଁଙ୍କ ଏହି ଗୀତଟିକୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନନ୍ୟା ଶ୍ରୀତମ ନନ୍ଦ ।
ଏହି ଗୀତଟିର ଉନ୍ମୋଚନ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ତେଲକୋଇ ବିଧାୟକ ଡାକ୍ତର ଫକୀର ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ , ଜିଲ୍ଲାପାଳ ବିଶାଲ ସିଂହ, ଏସ୍ପି ନୀତିନ କୁଶଲକର, ଡିଏଫଓ ଏଚଡି ଧନରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଲୋକ ସଂପର୍କ ଅଧିକାରୀ ସାର୍ଥକ ରାୟ ପ୍ରମୁଖ ଉପସ୍ଥିତ ଥିଲେ।