ରାଜନଗର , ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବନବିଭାଗ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଟ୍ରଲର ଜବତ କରିବା ସହିତ ଏଥରେ ଥିବା ୧୧ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରିଛନ୍ତି। ଗହୀରମଥା ରେଞ୍ଜ ଅଫିସର ପ୍ରଦୋଷ ମହାରଣାଙ୍କ ନେତୃତ୍ବରେ ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟି,ପ୍ରଫୁଲ୍ଲ କୁମାର ମାଝୀଙ୍କ ସମେତ ବନବିଭାଗର ପାଟ୍ରୋଲିଂ ଟିମ ଗହୀରମଥା ନିଷିଦ୍ଧାଞ୍ଚଳରେ ପଇଁତରା ଦେଉଥିବା ସମୟରେ ପେଣ୍ଠ ଠାରୁ ୧୩ କିମି ଦୂରରେ ମା’ ସୁନାତାରିଣୀ-୯ ନାମକ ଟ୍ରଲରକୁ ଜବତ କରିଥିଲେ। ଏଥିରେ ଥିବା ମତ୍ସ୍ୟଜିବୀମାନେ ହେଲେ ହେମନ୍ତ ଗୋଲ, ଗିରିଶ ମଳିକ, ରତିକାନ୍ତ ମଳିକ, ଭାସ୍କର ମଳିକ, ମହେଶ୍ବର ମଳିକ, ରାଜ ମଳିକ, ଅଜୟ କୁମାର ମଳିକ, ବିକ୍ରମ ସିଂ, ସୁର ସିଂ, ସମ୍ଭୁ ମଳିକ, ଓ ରାମେଶ୍ଵର ହାଁସଦା । ସମସ୍ତ ମତ୍ସ୍ୟଜୀବୀଙ୍କୁ ୧୯୭୨ ବନ୍ୟପ୍ରାଣୀ ଆଇନ ଧାରା ୨୭, ୨୯, ୩୧ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ଟ୍ରଲରରୁ ଭିଏଚଏଫ୍ ୨ଟା, ଜିପିଏସ ୧ଟା, ଫିସ୍ ଫାଇଣ୍ଡର ୧ଟା, ଟ୍ରଲିଂ ନେଟ୍ ୧୦ଟି, ସାମୁଦ୍ରିକ ମାଛ ୩ କ୍ରିଣ୍ଟାଲ ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଥିବା ନେଇ ବନବିଭାଗ ସୂଚନା ଦେଇଛି।
Related Stories
December 22, 2024