ଭୁବନେଶ୍ୱର– କଟନୀ ଛଟନୀ ବନ୍ଦ ନହେଲେ ହେବ କଡ଼ା ଆକ୍ସନ । ଧାନ ମଣ୍ଡିରେ ଚଳିବନି ଦଲାଲ ରାଜ । ଦଲାଲ ମାନଙ୍କ ଉପରେ ନିଆଯିବ ଦୃଢ଼ ଆକ୍ସନ । ଯେଉଁ ଅଫିସର ଦଳାଲଙ୍କୁ ସହାୟତା କରିବ ତାଙ୍କ ଉପରେ ବି ହେବ ଆକ୍ସନ । ପୁଣି ଥରେ ଚରମବାଣୀ ଶୁଣାଇଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନୂଆପଡ଼ାରେ ଦଲାଲ ମାନଙ୍କୁ ସହଯୋଗ କରୁଥିବା ଜଣେ ଅଫିସରଙ୍କୁ ଗତକାଲି ନିଲମ୍ବିତ କରାଯାଇଛି । ଆଜି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି, କଟନୀ ଛଟଣୀ ବନ୍ଦ ନହେଲେ ଅଫିସର ମାନଙ୍କ ଉପରେ ହେବ ଆକ୍ସନ । ବିଭାଗକୁ ଦୁର୍ନୀତିମୁକ୍ତ କରାଯିବ, ସମ୍ପୂର୍ଣ୍ଣ ସ୍ୱଚ୍ଛ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
Related Stories
December 22, 2024