
ଭୁବନେଶ୍ୱର– ବିଲଡରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । ନିୟମ ବିରୁଦ୍ଧରେ ନିର୍ମାଣ ହୋଇଥିବା ଘରକୁ ମିଳିବନି ସର୍ବକ୍ଷମା ଏମିତିକି ବେଆଇନ୍ ଘରକୁ ମିଳିବନି ବିଜୁଳି ମିଳିବନି ପାଣି। ନିୟମ ବିରୁଦ୍ଧରେ କନଷ୍ଟ୍ରକସନ କରିଥିଲେ ଘର ବି ଭାଙ୍ଗିବେ ସରକାର। ଅକୁପେନସି ସାର୍ଟିଫିକେଟ ନଥିବା ଆପାର୍ଟମେଣ୍ଟକୁ ମିଳିବନି ବିଦୁତ, ପାଣି ଏହା ସହ ମୁନିସପାଲଟି ଟ୍ରେଡ ଲାଇସେନ୍ସ ନ ମିଳିବା ସହ ବ୍ୟାଙ୍କ ବି ଦେବନି ଲୋନ। ୟୁପିରେ ଏକ ମାମଲାର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ସହରାଞ୍ଚଳରେ ନିୟମ ବିରୁଦ୍ଧରେ କରାଯାଇଥିବା ନିର୍ମାଣକୁ ସରକାରଙ୍କୁ ଘର ଭାଙ୍ଗିବା ସହ ସଂପୃକ୍ତ ଘରକୁ ପାଣି ବିଜୁଳି ନ ଦେବା ପାଇଁ ବାରଣ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ। ଏମିତିକି ନିର୍ମାଣ ଧିନ କୋଠା ବା ଆପର୍ଟମେଣ୍ଟ ଯେଉଁ ଅଧିକାରୀଙ୍କ ଅଞ୍ଚଳରେ ଆସୁଛି ସଂପୃକ୍ତ ଅଧିକାରୀଙ୍କ ବିନା ଅନୁମତିରେ କୋଠା ନିର୍ମାଣ ହେଲେ ତା ଉପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ସମସ୍ତ ରାଜ୍ୟର ରେଜିଷ୍ଟାର ଜେନେରାଲ ଅଫ୍ ହାଇ କୋର୍ଟ ଓ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।