ଭୁବନେଶ୍ୱର– ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ଘଟଣାକୁ ସାରା ଦେଶ ନିନ୍ଦା କରୁଛି । ସଂସଦୀୟ ଗଣତନ୍ତ୍ରରେ ଆଜି ଦୁଃଖ ଦାୟକ ଓ ଦୁର୍ଭାଗ୍ୟ ଜନକ ଦିନ । ଗଣତନ୍ତ୍ରକୁ ସମ୍ମାନ ଦେବା ଉଚିତ । ଗଣତନ୍ତ୍ରରେ ଗୁଣ୍ଡା ଗର୍ଦ୍ଦିର ସ୍ଥାନ ନାହିଁ । ଦାୟିତ୍ଵ ସମ୍ପର୍ନ୍ନ ଦଳର ବିରୋଧୀ ଦଳ ନେତା ଦାବି କରୁଥିବା ରାହୁଲ ଗାନ୍ଧୀ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି, ଏହାକୁ 140 କୋଟି ଭାରତୀୟ ନିନ୍ଦା କରୁଛନ୍ତି । 75 ବର୍ଷର ଗଣତନ୍ତ୍ରର ଛବି ଆଜି ଖରାପ ହୋଇଛି । ଯେତେ ନିନ୍ଦା କଲେ କମ୍ ହେବ । ଯେଉଁ ମାନଙ୍କୁ ଆମେ ନିର୍ବାଚିତ କରୁଛନ୍ତି, ସେମାନଙ୍କ ଆଚରଣ ଉଚ୍ଚାରଣ, ବ୍ୟବହାର ପରିବର୍ତ୍ତନ ହେବ ଉଚିତ । ବିରୋଧୀ ଦଳ ନେତା ଯେଉଁଭଳି ଗୁଣ୍ଡା ଗର୍ଦ୍ଦି କଲେ, ଜଣେ ମାନସିକ ସନ୍ତୁଳନ ଥିବା ଲୋକ ଏଭଳି ବ୍ୟବହାର କେବେ କରିବେ ନାହିଁ । ପ୍ରତାପ ଷଡ଼ଙ୍ଗୀ ଶୀଘ୍ର ଆରୋଗ୍ୟ ହୁଅନ୍ତୁ । 56 ବର୍ଷ କ୍ଷମତାରେ ରହିବା ପରେ, ଏବେ କ୍ଷମତା ଅନ୍ଧ ହୋଇଯାଇଛି କଂଗ୍ରେସ । ନିରୁତ୍ସାହିତ ହୋଇଯାଇଛି କଂଗ୍ରେସ । ଜରୁରୀ କାଳୀନ ପରିସ୍ଥିତି ଘଟଣାରେ ଗଣତନ୍ତ୍ରକୁ ହତ୍ୟା କରିଥିଲା କଂଗ୍ରେସ ବୋଲି ସେ କହିଛନ୍ତି।
Related Stories
December 22, 2024