ଭୁବନେଶ୍ୱର– ପୁଣି ଓଡ଼ିଶା ଆସିବେ ଶାହ । 28,29, ଏବଂ 30 ଭିତରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କାର୍ଯ୍ୟକ୍ରମ ଚୂଡାନ୍ତ ପରେ ସୂଚନା ଦିଆଯିବ ବୋଲି କହିଲେ ରାଜ୍ୟ ସଭାପତି ମନମୋହନ ସାମଲ । ଓଡିଶା କେନ୍ଦ୍ର ନେତୃତ୍ୱଙ୍କ ଫୋକସରେ ରହିଛି । ନିକଟରେ ମୋଦି 3 ଦିନ ଓଡ଼ିଶାରେ ରହିଲେ । ପୁଣି ଜାନୁଆରୀରେ 2 ଥର ଆସିବେ । ଏଇ ମାସ ଶେଷରେ ଅମିତ ଶାହା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲେ ମଧ୍ୟ ଭୁବନେଶ୍ୱରରେ ବିଧାୟକ ମାନଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସମ୍ବଲପୁର ମଧ୍ୟ ଗସ୍ତ କରିପାରନ୍ତି । କିଛି ବିକାଶମୂଳକ କାର୍ଯ୍ୟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ।
Related Stories
December 22, 2024