ଭୁବନେଶ୍ୱର – କଲେଜ ପରିଚାଳନା କମିଟିରେ ବିଧାୟକମାନେ ରହିପାରିବେ ନାହିଁ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଥିବା ବେଳେ ଏହାକୁ ନେଇ ମତଭେଦ ଦେଖାଦେଇଛି । ମନ୍ତ୍ରୀଙ୍କର ଏହି ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ଯେ ଶିକ୍ଷାବିତ୍ ଙ୍କୁ ପରିଚାଳନା କମିଟିରେ ରଖାଯାଉ । ତାହାକୁ କେହି ବିରୋଧ କରୁନାହାନ୍ତି । କିନ୍ତୁ ବିଧାୟକମାନଙ୍କୁ ଏହି କମିଟିର ସଭ୍ୟ ଭାବେ ରଖାଯାଉ । ସେମାନେ ନରହିଲେ କଲେଜର ଉନ୍ନୟନ କାର୍ଯ୍ୟ ହୋଇପାରିବ ନାହିଁ । ଏସମ୍ପର୍କରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସହ ସେ ଆଲୋଚନା କରିବେ ।
Related Stories
November 23, 2024