କନ୍ଧମାଳ , ଫୁଲବାଣୀ ହୋଟେଲ ଡ୍ରିମଲାଣ୍ଡ ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ରୀ ବ୍ରଜକିଶୋର ପଟ୍ଟନାୟକ ଙ୍କ ଆବାହକତ୍ୱ ରେ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ମଞ୍ଚ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପେନସନ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଶତାଧିକ ଅବସର କର୍ମଚାରୀ ଯୋଗଦେଇ ପେନସନର ମାନଙ୍କ ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଆଲୋଚରେ ନବୀନ କିଶୋର ପଣ୍ଡା, ଅନନ୍ତ ଚରଣ ମିଶ୍ର, ନବକିଶୋର ରଥ, ପ୍ରିୟନାଥ ଶର୍ମା, ରାଜକିଶୋର ସାହୁ, ପିତାମ୍ବର ମିଶ୍ର, ହେମନ୍ତ କୁମାର ମହାନ୍ତି, ବଂଶୀଧର ପଣ୍ଡା, ରାଜକିଶୋର ପାଢ଼ୀ, ପ୍ରଣବ କୁମାର ମଣ୍ଡଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପେନସନର ମାନଙ୍କୁ ଚିକିତ୍ସାଭତ୍ତା, ଅତିରିକ୍ତ ପେନସନ ୬୫,୭୦,୭୫ ପେନସନ ଧାରୀ ଙ୍କୁ ପ୍ରଦାନ, କାମ୍ଯୁଟେସନ ଦେୟ ଅର୍ଥକୁ ୧୫ ବର୍ଷ ପରିବର୍ତ୍ତେ ୧୦ ବର୍ଷ ମଧ୍ୟରେ ପରିଶୋଧ, ୧୮ ମାସ ର ବକେୟା ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ, ରିହାତି ଦରରେ ରେଳଯାତ୍ରା, ଫୁଲବାଣୀ ଠାରୁ ସିଧା ପୁରୀ ପର୍ଯ୍ୟନ୍ତ ବସ ପ୍ରଚଳନ, ବରିଷ୍ଠ ନାଗରିକ ମାନଙ୍କୁ ରିହାତି ଦରରେ ବସ ଯାତ୍ରାର ସୁବିଧା, ଫୁଲବାଣୀ ଠାରୁ ପଡୋଶୀ ରାଜ୍ୟ କୁ ବସ ସେବା ଯୋଗାଇ ଦେବାର ବ୍ୟବସ୍ଥା ବିଷୟରେ ଦାବି ଉପସ୍ଥାପନ କରାଯାଇଥିଲା।
Related Stories
December 22, 2024