ଭୁବନେଶ୍ୱର– ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ବିଜେଡି । ରାଜ୍ୟରେ ଦରଦାମ ବୃଦ୍ଧିକୁ ନେଇ ବର୍ଷିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ସେ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର କରିଛି । ଅଛେ ଦିନ ଆଣିବା କଥା କହି ଆସିଥିଲେ । ହେଲେ ଏହା କଥାରେ ରହି ଯାଇଛି । ମୁଦ୍ରାସ୍ପୀତି ହାର ସାରା ଦେଶରେ ବଢ଼ି ଚାଲିଛି । ଭାରତୀୟ ପରିସଂଖ୍ୟାନ ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଦ୍ରାସ୍ପୀତି 7.3 ରହିଛି । ଗାଁରେ 8 ଟପିଲାଣି । ପଡୋଶୀ ରାଜ୍ୟରେ ଏହା କମ ରହିଛି । ହେଲେ ହଠାତ ଏହି ଛ ମାସରେ କଣ ହେଲା ଯେ ଏହା ବଢିଗଲା । ଦର ବୃଦ୍ଧିରେ ଏବେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି । ଏହା ଚିନ୍ତାଜନକ କଥା । ହେଲେ ସରକାର ବେଫିକର ହୋଇ ବସିଛନ୍ତି । ବିଜେଡିରେ ଛାମୁଆ ସଂଗଠନ ଏହା ବିରୋଧରେ ଆନ୍ଦୋଳନ କରି ସରକାରଙ୍କ ନିଦ୍ରା ଭଙ୍ଗ କରାଯିବ । ସାରା ରାଜ୍ୟରେ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ବ୍ୟୋମକେଶ ରାୟ ।
Related Stories
December 22, 2024