ଭୁବନେଶ୍ୱର– ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦର ଦାମ ନିୟନ୍ତ୍ରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ବିରୋଧୀ ବିଜେଡି କହିଛି । ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଆକଳନରେ ଅଭିବୃଦ୍ଧି ତଳୁଆ ରହିଛି । ଓଡ଼ିଶା ସମେତ ବିଜେପି ଶାସିତ ରାଜ୍ୟରେ ବି ଡବଲ ଇଂଜିନ ସରକାର ଦର ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି । ସ୍ୱାମୀ ଆୟରେ ଗୃହିଣୀ ଘର ଚଳାଏ । ହେଲେ ଅହେତୁକ ଦର ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପଡିଛି । ଡବଲ ଇଂଜିନ ସରକାର ବିକାଶ ନାରା ଦେଇଥିଲେ । ହେଲେ ଅର୍ଥନୀତି ପରିଚାଳନାରେ ବିଫଳ ହୋଇଛନ୍ତି । 2014 ରୁ ଏନଡିଏ ଆସିବା ପରଠାରୁ ଦର ବୃଦ୍ଧି ହୋଇ ଚାଲିଛି । ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ କ୍ଷତି ସହୁଛନ୍ତି । 6.78 ବଢିଛି ମୁଦ୍ରାସ୍ଫିତି । ବିନା କଟଣୀ ଛଟଣି ଧାନ କିଣିବା ସହ 3100 ଏମଏସପି କଥା କହିଲେ ପ୍ରଧାନମନ୍ତ୍ରୀ । ଟୋକନ ଆସିନି । ମୁଁ ବି ଚାଷୀ, ମୋର ବି ଟୋକାନ ଆସିନି । ଆନାଲାଇଜର ଯୋଗୁଁ 8-9 କିଲୋ କଟନୀ ଛଟନୀ ହେଉଛି । ମିଲରଙ୍କୁ ସୁହାଇବାକୁ ଆନାଲାଇଜର ଲଗାଯାଇଛି । ରାଜ୍ୟ ସ୍ୱାର୍ଥ ପାଇଁ ବିଜେଡି ଆନ୍ଦୋଳନ ଜାରି ରଖିବ । ମିଶନ ଶକ୍ତି ମାଆ ରାସ୍ତାକୁ ଆସିବାରୁ ଅଶୋଭନୀୟ ଭାବେ ଉପ ମୁଖ୍ୟମନ୍ତ୍ରୀ କହିଲେ, ତାଙ୍କୁ ଅନ୍ୟ ପ୍ରରୋଚନାରେ ରାସ୍ତାକୁ ଅଣାଯାଇଛି । ଏହା ମହିଳାଙ୍କୁ ଧୋକା ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।
Related Stories
December 22, 2024