ବଲାଙ୍ଗିର, ଆଦିବାସୀମାନଙ୍କର ପୂଜ୍ୟ ଶୁଲିଆ ମହୋତ୍ସବ କୁ ଅଣଆଦିବାସୀ ମାନେ ଷଡଯନ୍ତ୍ର କରି ହାତେଇନେବାକୁ ଚେଷ୍ଟା କରୁଛନ୍ତି । ଆଦିବାସୀ କନ୍ଧ, ସଂସ୍କୃତି ପରଂପରା ଶୁଲିଆ ପରମ୍ପରା କୁ ବିରୋଧ ବିଲୋପ କରିବାରେ ଗୋଟିଏ ଚକ୍ରାନ୍ତ କରାଯାଉଛି । ଶୁଲିଆ ଯାତ୍ରା ଓ ମହୋତ୍ସବ ଏକ ସ୍ଥାୟୀ କମିଟି ଥାଉ ଥାଉ ତାଙ୍କ ବିନା ଉପସ୍ଥିତିରେ ଗତ କାଲି ୧୭.୧୨.୨୪ ରେ ଶୁଲିଆ ମହୋତ୍ସବର ଖଳା ଠାରେ ଲକ୍ଷ୍ମଣ ମେହେର, ସତ୍ୟନାରାୟଣ ଭୋଇ, ମୁଖ୍ୟ ଭାବରେ ରହି ଶୁଳିଆ ମହୋତ୍ସବ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କମିଟିର ଉପସଭାପତି ଦୁଷ୍ମନ୍ତ ସାହୁ ଓ ବଡ ଖଲାର ଜୟ ରଣାଙ୍କୁ ପଦବୀ ଦିଆଯାଇଛି । କମିଟିରେ ପ୍ରମୋଦ ବହିଦାର, ଶୈଳେନ୍ଦ୍ର ସାହୁ, ସୋମନାଥ ଦେହୁରି, ବେଣୁଧର ସିଂ ରହିଥିବା ବିଷୟ ରେ ଆଜି ସମ୍ବାଦରେ ପ୍ରକାଶିତ ହୋଇଛି । ଏହି କମିଟି ବେଆଇନ ଭାବରେ ଗଠନ କରାଯାଇଛି । ଆବଦ୍ରମାନ କାଳରୁ କନ୍ଧମାନେ ହିଁ ଏହି ଶୁଲିଆ ଯାତ୍ରାର ଆୟୋଜନ କରି ଆସିଛନ୍ତି । ଗତ ୫ ବର୍ଷ ହେଲା ମହୋତ୍ସବ ଅତି ସମାରୋହ ସହିତ ପାଳନ କରାଯାଉଛି । ଗତ କାଲି କଳାରେ ଆୟୋଜିତ ହୋଇଥିବା ବୈଠକ ନିଜର ସ୍ୱାର୍ଥ ରଖି ଅଣ ଆଦିବାସୀମାନେ କମିଟି ଗଠନ କରିଛନ୍ତି । ଶୁଲିଆ ମହୋତ୍ସବ ର ସଭାପତି ବାବରେ ମୟ ପ୍ରଧାନି ଆଦିବାସିମାନଙ୍କ ସହଯୋଗ ରେ ଏହି ମହୋତ୍ସବ ପାଳିତ ହୋଇ ଆସୁଛି । କିନ୍ତୁ ଶୁଳିଆ ମହୋତ୍ସବର ପୂଜକ ସୋମନାଥ ଦେହୁରୀ ମନ୍ତବ୍ୟ ଦେଇଛନ୍ତି ଏଭଳି କୌଣସି କମିଟି ଗଠନ କରାଯାଇ ନାହିଁ । ସେମାନେ ଲକ୍ଷ୍ମଣ ମେହେର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସତ୍ୟନାରାୟଣ ଭୋଇ ଶୁଲିଆ ମହୋତ୍ସବ କୁ ନିଜର ମନ ଇଚ୍ଛାରେ ଚଳାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କ କମିଟି କୁ ମୟ ପ୍ରଧାନି ତଥା ପୂର୍ବ ଆଦିବାସୀ କମିଟି ସଂପୂର୍ଣ୍ଣ ବିରୋଧ କରୁଛନ୍ତି । ଆସନ୍ତା ୧୯.୧୨.୨୦୨୪ ପୂର୍ବାହ୍ନ ୧୨ ଟାରେ ମୟ ପ୍ରଧାନି ଙ୍କ ଅଧ୍ୟକ୍ଷତାରେ ଶୁଲିଆ ମହୋତ୍ସବ କିପରି ସୂଚାରୁ ରୂପେ ସଂପାଦନ ହୋଇ ପାରିବ ସେ ବାବଦରେ ଆଲୋଚନା କରାଯିବା ସମସ୍ତ ଆଦିବାସୀ ଭାଇ ଭଉଣିଙ୍କ ଏହି ମହୋତ୍ସବ ର ପୂର୍ଣ୍ଣାଙ୍ଗ ରୁପରେଖ ଦେବାକୁ ମୟ ପ୍ରଧାନି ଆମନ୍ତ୍ରଣ କରିଛନ୍ତି ।
Related Stories
December 22, 2024