ଭୁବନେଶ୍ଵର ,ଅଳିଆରୁ ପାଇଥିବା ସ୍ୱର୍ଣ୍ଣ ଅଳଙ୍କାର ଫେରାଇ ନିଜର ମହନୀୟତା ଦେଖାଇଲେ ସ୍ୱଚ୍ଛ କର୍ମୀ । ଏମ୍ ସି ସି ଓ ଏମ୍ ଆର୍ ଏଫରେ କାମ କରୁଥିବା ସ୍ୱଚ୍ଛ ଯୋଦ୍ଧାମାନେ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ପାଇଥିଲେ ମଧ୍ୟ ତାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି । ଏମିତି ଏକ ଘଟଣା ଘଟିଛି ୟୁନିଟ୍-1 ଏମ୍ ଆର୍ ଏଫରେ।
ନ୍ୟୁ ଫରେଷ୍ଟ ପାର୍କ ଲେନ୍ 5 ବାସିନ୍ଦା ଦୀପିକା ମହାନ୍ତି ଭୁଲ୍ ବସତଃ ତାଙ୍କର 18 ଗ୍ରାମର ଏକ ସ୍ୱର୍ଣ୍ଣ ବ୍ରେସଲେଟ୍ ଡଷ୍ଟବିନରେ ପକାଇ ଦେଇଥିଲେ । ଘରୁ ବର୍ଜ୍ୟ ସଂଗ୍ରହ କରୁଥିବା ସଫେଇ ଗାଡିକୁ ସେହି ଡଷ୍ଟବିନର ବର୍ଜ୍ୟ ଦେଇଥିଲେ । ୟୁନିଟ୍-1 ଏମ୍ ଆର୍ ଏଫରେ ବର୍ଜ୍ୟ ଅଲଗା ଅଲଗା କରୁଥିବା ବେଳେ ସ୍ୱଚ୍ଛକର୍ମୀ ସରସ୍ୱତୀ ନାଏକ୍ ସେହି ଦାମୀ ବ୍ରେସଲେଟଟି ପାଇଥିଲେ । ବ୍ରେସଲେଟଟି ପାଇବା ପରେ ଏମ୍ ଆର୍ ଏଫ୍ ଅଧିକାରୀଙ୍କୁ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ପାଇବା ପରେ ସେହି ଦାମୀ ବ୍ରେସଲେଟକୁ ଦୀପିକା ମହାନ୍ତିଙ୍କୁ ଫେରାଇ ଦେଇଥିଲେ । ହଜିଯାଇଥିବା ବ୍ରେସଲେଟ୍ ପାଇବା ପରେ ସେ ସରସ୍ୱତୀଙ୍କ ସହିତ ପୁରା ଟିମଙ୍କୁ ତାଙ୍କର ଏହି ମହନୀୟତା ପାଇଁ କୃତଜ୍ଞତା ଜଣାଇଛନ୍ତି ।
ସୂଚନାଯୋଗ୍ୟକି ଅନେକ ସମୟରେ ସୁନା ଚେନ୍, ମୁଦି, କାନଫୁଲ ଆଦି ଏମ୍ ସିସି ଏମ୍ ଆର୍ ଏଫରୁ ମିଳୁଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ଅଧିନରେ କାମ କରୁଥିବା ସ୍ୱଚ୍ଛ କର୍ମୀମାନେ କର୍ମକ୍ଷେତ୍ରରେ ନିଜର ମହନୀୟତା ଓ ସଚ୍ଚୋଟତା ପ୍ରଦର୍ଶନ ପୂର୍ବକ ସେଗୁଡିକୁ ସସମ୍ମାନେ ଫେରାଇ ଉଦାହରଣ ସୃଷ୍ଟି କରିଛନ୍ତି ।
Related Stories
December 22, 2024