-
କୋରାପୁଟ ଜିଲ୍ଲା ମହୋତ୍ସବ ପରବ ୨୦୨୪ ରେ ଦେବେ ଯୋଗ
ଭୁବନେଶ୍ୱର– ଆଜି ଠାରୁ ତିନି ଦିନ ଅର୍ଥାତ ତା ୧୮, ୧୯ ଓ ୨୦ ରିଖ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡା କୋରାପୁଟ ଜିଲ୍ଲା ମହୋତ୍ସବ “ପରବ ୨୦୨୪” ରେ ଯୋଗ ଦେବେ। ଏହା ସହ ଶ୍ରୀମତୀ ପରିଡା ଏହି ଦୁଇ ଜିଲ୍ଲା ରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର କାର୍ଯ୍ୟନ୍ୱୟନ ସମୀକ୍ଷା କରିବେ ଓ ଏହି ଦୁଇ ଜିଲ୍ଲା ରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରିବେ।