କରାଚୀ– ପାକିସ୍ତାନର କରାଚୀରୁ ପେଶାୱର ଯାଉଥିବା ରହମାନ ବାବା ଏକ୍ସପ୍ରେସର ତିନୋଟି ଡବା ଆଜି ଡ୍ରିଘ ରୋଡ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି । ରେଲୱେ ଅଧିକାରୀଙ୍କ ମୁତାବକ ଡବାକୁ ଯୋଡୁଥିବା କପଲର ଭାଙ୍ଗିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି ।
ଏଆରୱାଇ ନ୍ୟୁଜର ଖବର ମୁତାବକ, ସୌଭାଗ୍ୟବଶତଃ କୌଣସି ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ । ଦୁର୍ଘଟଣା କାରଣରୁ ରେଳସେବା ବାଧାପ୍ରାପ୍ତ ହୋଇଛି । ଡାଉନ ଟ୍ରାକରେ ପରିଚଳାନ 2ଘଂଟା ପରେ ଆରମ୍ଭ ହୋଇଛି ।