ନୂଆଦିଲ୍ଲୀ– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଡିସେମ୍ବର 21 ଯାଏ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଗସ୍ତରେ ରହିବେ । ସେ ଏହି ଅବସରରେ ସିକନ୍ଦରାବାଦର ବୋଲାରମରେ ରାଷ୍ଟ୍ରପତି ନିଲୟମରେ ରହିବେ ।
ରାଷ୍ଟ୍ରପତି ଭବନର ବୟାନ ଅନୁସାରେ ରାଷ୍ଟ୍ରପତି ଡିସେମ୍ବର 17ରେ ଆନ୍ଧ୍ରପ୍ରଦେଶର ମଙ୍ଗଳଗିରିରେ ଏମ୍ସର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବେ । ଡିସେମ୍ବର 18ରେ ସିକନ୍ଦରାବାଦର ବୋଲାରମରେ ରାଷ୍ଟ୍ରପତି ମିଲୟମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଡିସେମ୍ବର 20ରେ ସିକନ୍ଦରାବାଦର ପ୍ରତିରକ୍ଷା ପ୍ରବନ୍ଧନ କଲେଜକୁ ରାଷ୍ଟ୍ରପତି କଲର ପ୍ରଦାନ କରିବେ । ସନ୍ଧ୍ୟାରେ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ, ଶିକ୍ଷାବିତଙ୍କ ପାଇଁ ରାଷ୍ଟ୍ରପତି ନିଲୟମରେ ଆଟ୍ ହୋମ ରିସପେସନର ଆୟୋଜନ କରାଯାଇଛି ।