ଭୁବନେଶ୍ୱର– ଦେଶବାସୀଙ୍କୁ ବିଜୟ ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 1971ର ଯୁଦ୍ଧରେ ନିଜର ଅଦମ୍ୟ ସାହସ, ଶୌର୍ଯ୍ୟ ଓ ବଳିଦାନରେ ଇତିହାସ ପୃଷ୍ଠାରେ ଏକ ଅଦ୍ୱିତୀୟ ବିଜୟର ଅଧ୍ୟାୟ ଯୋଡିଥିବା ଭାରତୀୟ ସେନାର ବୀର ଯବାନଙ୍କୁ କୋଟି କୋଟି ପ୍ରଣାମ ଏବଂ ଦେଶବାସୀଙ୍କୁ ବିଜୟ ଦିବସର ଶୁଭକାମନା ।
ଏହା କେବଳ ଏକ ଯୁଦ୍ଧ ନୁହେଁ, ବରଂ ଏକ ସ୍ୱାଭିମାନ ଓ ମାନବୀୟ ମୂଲ୍ୟର ରକ୍ଷାର ସଂକଳ୍ପ ଥିଲା । ଏହି ବିଜୟ ଭାରତୀୟ ସେନାର ଦୃଢ ଇଚ୍ଛାଶକ୍ତି ଓ ମାତୃଭୂମି ପ୍ରତି ଅତୁଟ ସମର୍ପଣର ପ୍ରଣାମ ଥିଲା । ଭାରତ ମାତାର ଅମର ସୁପୁତ୍ରଙ୍କ ବୀରତା ଉପରେ ଦେଶ ଚିର କାଳ ଯାଏ ଗର୍ବ କରିବ । ଜୟ ହିନ୍ଦ ।