
ଭୁବନେଶ୍ୱର– ଗଂଜାମ ଜିଲ୍ଲାର ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ସୋରଳ ରେଳ ଷ୍ଟେସନ ରେଳରେ ଚଢ଼ୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ ଓ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି ।ସେମାନେ ଭୁବନେଶ୍ୱର ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯିବାପାଇଁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ଏନେଇ ଜିଆରପିରେ ମାମଲା ରୁଜୁ ହୋଇ ଶଵ ବ୍ୟବଛେଦ ପାଇଁ ପଠାଇଛି। ଏହି ଖବର ଏହି ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି।