
ଭୁବନେଶ୍ୱର– ଭଦ୍ରକ ଜିଲ୍ଲା ତାଳପଦ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବରିଷ୍ଠ ବିଜେପି ନେତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ସୁଧାକର ନନ୍ଦ।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଯାଉଥିବା ଘରୋଇ ବସ୍ ‘ସ୍ବାମୀ ଅରୁପାନନ୍ଦ’ ତାଳପଦ ଛକରେ ଏକ ଟ୍ରାନ୍ସଫର୍ମରକୁ ଧକ୍କା ଦେଇଥିଲା। ତାପରେ ସେଠାରେ ଠିଆ ହୋଇଥିବା ତିନିଜଣ ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପୁରୁଖା ବିଜେପି ନେତା ସୁଧାକର ନନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।