ହାଇଦ୍ରାବାଦ– ଅଭିନେତା ଅଲୁ ଅର୍ଜୁନ ଜେଲରୁ ମୁକୁଳିଛନ୍ତି । ସନ୍ଧ୍ୟା ହଲ ଅଘଟଣ କେସରେ କୋର୍ଟ ତାଙ୍କୁ କାଲି 14ଦିନିଆ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କୁ ପୋଲିସ ଚଂଚଲଗୁଡା ସେଂଟ୍ରାଲ ଜେଲ ନେଇଯାଇଥିଲା । ଏହାପରେ ତାଙ୍କ ଓକିଲ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କୁ 50,000ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅନ୍ତରିଣ ଜାମିନ ପ୍ରଦାନ କରିଛନ୍ତି ।
ମୁକ୍ତ ହେବା ପରେ ଅଲୁ ଜୁବଲି ହିଲ୍ସ ସ୍ଥିତ ତାଙ୍କ ବାସଭବନରେ ପହଂଚିଥିଲେ । ମିଡିଆ ସହ କଥା ହେବା ପରେ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ । ଚିନ୍ତାର କୌଣସି ବିଷୟ ନାହିଁ, ସେ ଠିକ୍ ଥିବା କହିଛନ୍ତି । ସେ ସର୍ବଦା ଆଇନର ପାଳନ କରିବେ । ଏହି ଦୁର୍ଭାଗ୍ୟପୂର୍ଣ୍ଣ କ୍ଷଣ ପାଇଁ ଦୁଃଖ ପ୍ରକାଶ କରିଥିଲେ ।