ନୂଆଦିଲ୍ଲୀ– ସିରିଆରେ ଅସ୍ଥିରତା ମଧ୍ୟରେ ଚାରିଜଣ ଭାରତୀୟ ନାଗରିକ ଦିଲ୍ଲୀରେ ପହଂଚିଛନ୍ତି । ଭାରତ ସରକାରଙ୍କ ସହାୟତାରେ 4 ନାଗରିକ ଇନ୍ଦିରା ଗାନ୍ଧି ଇଂଟରନ୍ୟାସନାଲ ଏୟାରପୋର୍ଟରେ ପହଂଚିଛନ୍ତି । ସହାୟତା ପାଇଁ ଚାରିଜଣ ଯାକ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ, ସ୍ୱଦେଶ ଆସି ବହୁତ ଭଲ ଲାଗୁଛି । ଭାରତୀୟ ଦୂତାବାସ ତାଙ୍କର ବହୁତ ସହାୟତା କରିଛି । ଭାରତୀୟ ଦୂତାବାସର ଅଧିକାରୀ ତାଙ୍କୁ ସିରିଆରୁ ଲେବାନନରେ ପହଂଚାଇଥିଲେ । ସେଠାରୁ ସେମାନେ ଭାରତ ଆସିଥିଲେ ।