ନୂଆଦିଲ୍ଲୀ– ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ଶନିବାର ଲୋକସଭାରେ କହିଛନ୍ତି ଯେ, ଆମର ଆଚରଣ ଓ ଉଚ୍ଚାରଣରେ ବିଶ୍ୱ ବଂଚରେ ଭାରତର ଛବି ଖରାପ ହେବା ଉଚିତ ନୁହେଁ । ସେ କହିଛନ୍ତି ଯେ, ଭାରତ ସମସ୍ତକୁ ସମାନ ମତାଧିକାର ଦେଇଚଇ କିନ୍ତୁ କିଛି ଲୋକେ ଦାବି କରୁଛନ୍ତି ଯେ, ଦେଶରେ ସଂଖ୍ୟାଲଘୁଙ୍କର କୌଣସି ଅଧିକାର ନାହିଁ ।
ସମ୍ବିଧାନ ଅଙ୍ଗିକାର କରିବାର 75 ବର୍ଷର ଗୌରବଶାଳୀ ଯାତ୍ରା ଉପରେ ଆଜି ଦ୍ୱିତୀୟ ଦିନ ଆଲୋଚନା ଆରମ୍ଭ କରି ସଂସଦୀୟ କାର୍ଯ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ସଂଖ୍ୟାଲଘୁଙ୍କୁ କେବଳ ଆଇନଗତ ସୁରକ୍ଷା ଦେଇନାହିଁ ବରଂ ସେମାନଙ୍କ ହିତର ରକ୍ଷା ପାଇଁ ସକରାତ୍ମକ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ମଧ୍ୟ କରିଛି । ସେ ସେଂଟର ଫର ପଲିସି ଆନାଲିସିସର ସର୍ବେକ୍ଷଣ କଥା କହି କହିଛନ୍ତି ଯେ, 48 ପ୍ରତିଶତ ଲେକେ,ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଇସଲାମ ଧର୍ମର ପାଳନ କରନ୍ତି, ୟୁରୋପୀୟ ସଂଘରେ ଭେଦଭାବର ସମ୍ମୁଖୀନ ହେଉଛନ୍ତି । ଫ୍ରାନ୍ସରେ ମୁଣ୍ଡରେ ସ୍କାର୍ଫ ବାନ୍ଧିବା ଲୋକ ଓ ମୁସଲିମ ସମୁଦାୟରୁ ଆସୁଥିବା ଲୋକଙ୍କ ସହ ଭେଦଭାବରେ ଅନେକ ରିପୋର୍ଟ ରହିଛି । ଆମେ ସମସ୍ତେ ପାକିସ୍ତାନ ଓ ବାଂଲାଦେଶର ସ୍ଥିତି ଜାଣୁ । ଆମେ ଆଫଗାନିସ୍ତାରେ ଶିଖ, ହିନ୍ଦୁ ଓ ଇସାଇ ଲୋକଙ୍କ ସ୍ଥିତି ଜାଣୁ, ତିବ୍ଦତ ହେଉ କି ମିଆଁମାର, ଶ୍ରୀଲଙ୍କା ହେଉ କି ବାଂଲାଦେଶ, ପାକିସ୍ତାନ ହେଉ କି ଆଫଗାନିସ୍ତାନ, ଯେଉଁଠାରେ ବି ସଂଖ୍ୟାଲଘୁଙ୍କୁ ସମସ୍ୟା ହୁଏ, ସେମାନେ ଭାରତ ଆସନ୍ତି । ଏଠାରେ ସୁରକ୍ଷା ଥିବାରୁ ସେମାନେ ଭାରତ ଆସନ୍ତି । ତାପରେ ବି ଏହା କାହିଁକି କୁହାଯାଉଛି ଯେ, ସଂଖ୍ୟାଲଘୁଙ୍କ ପାଇଁ କୌଣସି ସୁରକ୍ଷା ନାହିଁ । ଲଗାତର ସରକାରମାନେ ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ କାମ କରିଛନ୍ତି । କଂଗ୍ରେସ ବି କରିଛି, ମୁଁ ସେମାନଙ୍କ ଭୂମିକାକୁ କମ ଅଙ୍କନ କରୁନାହିଁ । ଆମ ସମ୍ବିଧାନ ବିଶ୍ୱର ସବୁଠୁ ବଡ ନୁହେଁ ବରଂ ସବୁଠୁ ସୁନ୍ଦର ସମ୍ବିଧାନ ବୋଲି ରିଜିଜୁ କହିଛନ୍ତି । ଏଥିରେ ସମସ୍ତଙ୍କ ପାଇଁ ବ୍ୟବସ୍ଥା ରହିଛି । ଏହି ସମ୍ବିଧାନକୁ ନେଇ ଆମେ ଗୌରବ ଅନୁଭବ କରୁ ।