ମହାକୁମ୍ଭ ନଗର-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏଠାରେ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ 5500 କୋଟି ଟଙ୍କାର 167 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ଅବସରରରେ ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣ ଭାବେ କୁମ୍ଭ ରଙ୍ଗରେ ରଙ୍ଗେଇ ହୋଇଥିବାର ଦେଖିବାକୁ ମିଳିଥିଲା । ସେ ସଂବୋଧନରେ ଅନେକ ଶ୍ଲୋକ ଜରିଆରେ ପ୍ରୟାଗରାଜ ଓ କୁମ୍ଭର ମହିମାର ବ୍ୟାଖ୍ୟାନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ମହାକୁମ୍ଭରୁ ଏକତାର ଏଭଳି ବାର୍ତ୍ତା ବାହାରିବ, ଭାଷା, ଜାତି ଓ ଅଂଚଳରେ କୌଣସି ଭେଦଭାବ ରହିବ ନାହିଁ, ସମସ୍ତ ଏକାଠି ହେବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି ମୋତେ ଏହି ମହାକୁମ୍ଭର ବର୍ଣ୍ଣନା କରିବାକୁ ହେବା, ତେବେ ମୁଁ କହିବି ଯେ, ଏକତାର ଏଭଳି ମହାଯଜ୍ଞ ହେବ, ଯାହାର ଚର୍ଚ୍ଚା ପୂରା ବିଶ୍ୱରେ ହେବ । ଏହି ଆୟୋଜନର ଭବ୍ୟ ଓ ଦିବ୍ୟ ସଫଳତାର ଶୁଭକାମନା ଜଣାଉଛି । ଆମର ଭାରତ ପବିତ୍ର ନଦୀ ଓ ତୀର୍ଥସ୍ଥଳର ଦେଶ ଅଟେ । ଏହି ନଦୀର ପ୍ରବାହର ଯେଉଁ ପବିତ୍ରତା ରହିଛି, ଅନେକ ତୀର୍ଥର ଯେଉଁ ମହତ୍ୱ ରହିଛି, ସେମାନଙ୍କ ସଙ୍ଗମ, ସେମାନଙ୍କ ସମୁଚ୍ଚୟ, ସଂଯୋଗ, ପ୍ରଭାବ ପ୍ରତାପ ପ୍ରୟାଗ ଅଟେ । ଏହା କେବଳ ତିନୋଟି ନଦୀର ସଙ୍ଗମ ନୁହେଁ ।
ଶ୍ଲୋକ ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ସୂର୍ଯ୍ୟ ମକରରେ ପ୍ରବେଶ କରନ୍ତି, ସମସ୍ତ ଦୈବୀ ଶକ୍ତି ପ୍ରୟାଗରେ ଆସିଯାଇଥାଏ । ପ୍ରୟାଗରାଜର ପ୍ରଶଂସା ବେଦରେ କରାଯଇଛି । ସେ ପ୍ରୟାଗର ପବିତ୍ର ସ୍ଥଳଗୁଡିକର କଥା ଉଠାଇ ଏହାର ଗୁଣଗାନ କରିଛନ୍ତି । ଏହା ସେହି ଧରିତ୍ରୀ ଯେଉଁଠି ଧର୍ମ, ଅର୍ଥ, କର୍ମ ଓ ମୋକ୍ଷ ସୁଲଭ ଅଟେ । ମୋର ଆଶୀର୍ବାଦ ଯେ ଏଠାକୁ ବାରମ୍ବାର ଆସିବାର ସୌଭାଗ୍ୟ ମିଳୁଛି । ଆଜି ମୁଁ ଏଠାରେ ହନୁମାନଙ୍କ ଦର୍ଶନ କରିଛି । ଅକ୍ଷୟ ବଟର ପୂଜନ କରିଛି । ଦୁଇଟି ସ୍ଥଳରେ କରିଡରର ନିର୍ମାଣ ହେଉଛି । ଏଠାରେ ହଜାର ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ହୋଇଛି । ଆପଣ ସମସ୍ତଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଉଛି ।