ମୁମ୍ବାଇ– ମୁମ୍ବାଇରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କାର୍ଯ୍ୟାଳୟକୁ ବୋମାରେ ଉଡାଇବାକୁ ମିଳିଛି ଧମକ । ଏହି ଧମକପୂର୍ଣ୍ଣ ଇ-ମେଲ୍ ଆରବିଆଇ ର ୱେବସାଇଟ ରେ ମିଳିଛି । ଘଟଣା ପରେ ମୁମ୍ବାଇର ଏମଆରଏ ପୋଲିସ ଷ୍ଟେସନରେ ଏକ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର୍ କରାଯାଇଛି । ଏବଂ ତଦନ୍ତ ଜାରି ରହିଛି ।
ମୁମ୍ବାଇ ପୋଲିସ ଜୋନ୍ ୧ ର ପୋଲିସ ଉପାୟୁକ୍ତ କହିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ର ଅଫିସିଆଲ୍ ୱେବସାଇଟରେ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏହି ଇ-ମେଲ୍ ରୁଷି ଭାଷାରେ ଥିଲା । ଯେଉଁଥିରେ ବ୍ୟାଙ୍କକୁ ବୋମାରେ ଉଡାଇବାକୁ ଚେତାବନୀ ଦିଆଯାଇଛି । ମାତା ରମାବାଇ ମାର୍ଗ ଏମଆରଏ ମାର୍ଗ ପୋଲିସ ଷ୍ଟେସନରେ ଅଜ୍ଞାତ ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ମାମଲାର ତଦନ୍ତ ଜାରି ରହିଛି ।
ପ୍ରକାଶ ଥାଉକି, କିଛି ମାସ ପୂର୍ବରୁ ମୁମ୍ବାଇରେ ଆରବିଆଇ ର ପଛ ଗେଟ୍ ରେ ସନ୍ଦିଗ୍ଧ ଗାଡି ରଖାଯାଇଥିବା ନେଇ ସୂଚନା ମିଳିଥିଲା । ସେ ସମୟରେ ଆରବିଆଇ ର ସୁରକ୍ଷା ରକ୍ଷକ ଏମଆରଏ ପୋଲିସ ଷ୍ଟେସନରେ ମାମଲା ଦାୟର୍ କରିଥିଲେ । ସେହି ମାମଲାରେ ଅଦ୍ୟାବଧି ପୋଲିସ କାହାରିକୁ ଗିରଫ କରିନାହିଁ ।
Related Stories
December 26, 2024
December 26, 2024