ଦୌସା– ଦୌସା ଜିଲ୍ଲାର କାଲିଖାଡ ଗାଁରେ ବୋରୱେଲ ଭିତରକୁ ଖସିପଡିଥିବା 5 ବର୍ଷୀୟ ଆର୍ଯ୍ୟନର ମୃତ୍ୟୁ ହୋଇଛି । ବୁଧବାର ରାତି ପ୍ରାୟ 11.45 ମିନିଟ ସମୟରେ ରେସକ୍ୟୁ ଟିମ୍ 57 ଘଂଟା କଡା ପରିଶ୍ରମ କରିବା ପରେ ତାକୁ ବୋରୱେଲରୁ ବାହାର କରିଛନ୍ତି । ବେହୋସ ଅବସ୍ଥାରେ ତାକୁ ବାହାର କରାଯିବା ପରେ ଆଡଭାନ୍ସ ଲାଇଫ୍ ସପୋର୍ଟ ସିଷ୍ଟମ ବିଶିଷ୍ଟ ଆମ୍ବୁଲାନ୍ସରେ ଦୌସା ଜିଲ୍ଊା ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଆର୍ଯ୍ୟନକୁ ବଂଚାଇବା ପାଇଁ ପ୍ରଶାସନ ଓ ଏନଡିଆରଏଫ ଟିମ ଅନେକ ପ୍ରୟାସ କରିଥିଲେ । ଆରମ୍ଭ ଦୁଇଦିନରେ 6ଟି ଦେଶୀ ଟେକନିକ ବିଫଳ ହୋଇଥିଲା । ଏହାପରେ ବୁଧବାର ସକାଳୁପାଇଲିଂ ମେସିନ ସହାୟତାରେ ଗାତ ଖୋଳାଯାଇଥିଲା, କିନ୍ତୁ ମେସିନ ଖରାପ ହେବା କାରଣରୁ ଅପରେସନ ବିଳମ୍ବ ହୋଇଥିଲା । ଆର୍ଯ୍ୟନକୁ ବାହାର କରିବା ପରେ ସେ ବେହୋସ ହୋଇଯାଇଥିଲା, ଏବଂ ହସ୍ପିଟାଲରେ ତାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।