ଭୁବନେଶ୍ୱର– ଜାତୀୟ ପଞ୍ଚାୟତ ପୁରସ୍କାର ପାଇଥିବା ସରପଂଚଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୨୨-୨୩ ବର୍ଷ ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ‘ଜାତୀୟ ପଞ୍ଚାୟତ ପୁରସ୍କାର’ ଅଧୀନରେ ପୁରସ୍କୃତ ହୋଇଥିବା ଓଡ଼ିଶାର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଲି । ଗ୍ରାମାଞ୍ଚଳର ବିକାଶରେ ଓଡିଶା ସର୍ବଭାରତୀୟ ସ୍ତରରେ ନୂଆ ଉଦାହରଣ ସୃଷ୍ଟି କରିଛି, ଯାହା ଆମ ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଗ୍ରାମୀଣ ବିକାଶରେ ଆପଣମାନଙ୍କ ଉଦ୍ୟମ ପ୍ରଶଂସନୀୟ । ସମସ୍ତଙ୍କ ମିଳିତ ପ୍ରୟାସ ଓଡ଼ିଶାକୁ ବିକାଶର ନୂଆ ସୋପାନକୁ ନେବ ।
Related Stories
December 12, 2024