ଭୁବନେଶ୍ୱର– ୧୬ ଦିନ ଆଗରୁ ବିଧାନସଭା ବନ୍ଦ ନେଇ ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁ । ବିଧାନସଭାକୁ ଭୟ କରୁଛନ୍ତି ସରକାର । ୬ ମାସ ଭିତରେ ସିଭିୟର ରୋଗରେ ପୀଡିତ ହୋଇଛନ୍ତି ସରକାର । ସାମ୍ବିଧାନିକ ବ୍ୟବସ୍ଥାର ସଙ୍କଟ ଦେଖାଦେଇଛି । ରାଜ୍ୟପାଳ ଓ ସରକାର ମଧ୍ୟରେ ତାଳମେଳ ନାହିଁ ବୋଲି ସେ କହିଛନ୍ତି। ବିଧେୟକ ଆଗତ କଲେ କିନ୍ତୁ ଆଲୋଚନାକୁ ଆଣିଲେ ନାହିଁ କି ପାରିତ କଲେନି । ଆଜି, କାଲି, ଆସନ୍ତାକାଲି ବିଲ ଆସିବ କହିଲେ କିନ୍ତୁ ବିଲ ଆସିଲା ନାହିଁ । ସରକାରରେ ସାମଞ୍ଜସ୍ୟ ନାହିଁ । ରାଜ୍ୟପାଳଙ୍କ ପାଖରେ ବିଲ ଅଟକିଥିବା କୁହାଯାଉଛି । ଏହାର ଅର୍ଥ ସରକାର-ରାଜ୍ୟପାଳଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଯୋଗାଯୋଗ କିମ୍ବା ବୁଝାମଣାରର ବାଧକ ରହୁଥିବା ଲାଗୁଛି । ସାମ୍ବିଧାନିକ ଅବ୍ୟବସ୍ଥା ଆଡକୁ ରାଜ୍ୟ ଗତି କଲା ପରି ଲାଗୁଛି । ଏହା ସୁସ୍ଥ ପରମ୍ପରାର ଲକ୍ଷଣ ନୁହେଁ । ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସରକାର ଚଳେଇବାର ଭଲ ଲକ୍ଷଣ ନୁହେଁ । ଗଣତାନ୍ତ୍ରିକ ପରମ୍ପରାର ଏହା ବ୍ୟତିକ୍ରମ ବୋଲି ସେ କହିଛନ୍ତି ।
Related Stories
December 12, 2024