ମାଲକାନଗିରି,ଆକ୍ସନ ମୋଡରେ ଏନଆଇଏ । ମାଓ ଲିଙ୍କରେ ଗାଁରେ ପଶିଲା ଜାତୀୟ ଅନୁସନ୍ଧାନ କାରୀ ସଂସ୍ଥା । ମାଲକାନଗିରିରେ ଏନ ଆଇ ଏ ରେଡ୍ ହୋଇଛି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଆଜି ସକାଳୁ ଏନଆଇଏର ବଡ ଧରଣରେ ରେଡ୍ ହୋଇଛି । ମାଓବାଦୀ ଙ୍କ ସହ ଲିଙ୍କ ନେଇ ରେଡ୍ କରୁଥିବା ସୂଚନା ମିଳିଛି ।ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁରେ ହାଇଦ୍ରାବାଦ ର ଏନ ଆଇ ଏ ଟିମ ବିଏସଏଫ ଓ ଟିଡିଏଫ ସହାୟତାରେ ମାଓବାଦୀ ସଂପୃକ୍ତି ଅଭିଯୋଗରେ ରେଡ କରିଛନ୍ତି । ସେପଟେ ଛତିଶଗଡ ସୁକୁମା ସହରରେ ୨ଟି ସ୍ଥାନରେ ମଧ୍ୟ ରେଡ୍ କରିଛି ଏନଆଇଏ । ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଅନନ୍ତପାଲି ଗାଁରେ ଏନଆଇଏ ରେଡ କରିଛି । ସୁକମାରେ ହୋଇଥିବା ରେଡର ଲିଙ୍କ ଆଧାରରେ ଅନନ୍ତପାଲିରେ ରେଡ ହୋଇଛି । ଯାଞ୍ଚ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ ।
Related Stories
December 12, 2024