-
ଟିମ୍ ହରିୟାଣା ଓଭରଅଲ୍ ଚାମ୍ପିୟନ, ତାମିଲନାଡୁ ରନର୍ସ ଅପ୍
-
ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ମିଳିଲା ୬ଟି ସ୍ବର୍ଣ୍ଣ ଓ ସମୁଦାୟ ୧୧ଟି ମେଡାଲ୍
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆଜି ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଟିମ୍ ହରିୟାଣା ୩୦୩ ପଏଣ୍ଟ ସହ ଓଭରଅଲ୍ ଚାମ୍ପିୟନ ହୋଇଥିବା ବେଳେ ତାମିଲନାଡୁ ୨୬୯ ପଏଣ୍ଟ ସହ ରନର୍ସ ଅପ୍ ହୋଇଛି।
ଓଡ଼ିଶାକୁ ଟୁର୍ଣ୍ଣାମେଣ୍ଟରେ ୬ ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ଏବଂ ସମୁଦାୟ ୧୧ଟି ପଦକ ମିଳିଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ମଧ୍ୟ ଟିମ୍ ହରିୟାଣା ଯଥାକ୍ରମେ ୧୧୬ ଏବଂ ୧୭୯ ପଏଣ୍ଟ ସହ ଚମ୍ପିୟାନ ହୋଇଛି।ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୨୦ଟି ଜାତୀୟ ରେକର୍ଡ଼ ସୃଷ୍ଟି ହୋଇଛି।
ଆଜିର ଉଦଯାପନୀ ସମାରୋହରେ ଆଥଲେଟିକ୍ସ ଫେଡ଼େରେସନ୍ ଅଫ୍ ଇଣ୍ଡିଆର ପ୍ରେସିଡ଼େଣ୍ଟ ଶ୍ରୀ ଆଦିଲ ସୁମାରିୱାଲା, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ,ଓଡ଼ିଶା ହକି ପ୍ରମୋସନ କାଉନସିଲର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଯୁଗ୍ମ ସଚିବ ଶ୍ରୀ ବିଜୟାନନ୍ଦ ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।