ଭୁବନେଶ୍ୱର,ଦୁଇ ଜଣ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଓ ଅନିୟମିତତା କାରଣରୁ ଏହି ନିଲମ୍ବନ ଆଦେଶ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ କାର୍ଯ୍ୟରତ ସହକାରୀ ମତ୍ସ୍ୟ ଅଧିକାରୀ ତପନ କୁମାର ମହାପାତ୍ର ଏବଂ ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକରେ କାର୍ଯ୍ୟରତ ସୂର୍ଯ୍ୟକାନ୍ତ ବାରିକଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଓଡ଼ିଶା ପ୍ରଶାସନିକ ସେବା OCS (CC&A), Rule 12(2) ନିୟମ ଆଧାରରେ ବିଭାଗ ପକ୍ଷରୁ ଏହି ନିଲମ୍ବନ ନିର୍ଦ୍ଦେଶ ଦିଆଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ତାଙ୍କର ହେଡ୍କ୍ୱାର୍ଟର ବା ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗରେ ସ୍ଥିର କରାଯାଇଛି । ପ୍ରଶାସନିକ ନିୟମ ଅନୁସାରେ କାର୍ଯ୍ୟ ସମ୍ପାଦନ କରୁନଥିବା ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ଓ ଏହାର ସତ୍ୟତା ପ୍ରମାଣ ହେଲେ, ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Related Stories
December 12, 2024