-
ମହୋଦଧି ଦିବସ ରେ ବିଚ ଓସେନ ସ୍ପୋର୍ଟ୍ସ
-
ଦେଶ ବିଦେଶ ର ୩୮୦ କ୍ରୀଡ଼ାବିତ ଙ୍କ ଅଂଶଗ୍ରହଣ
ପୁରୀ-ବିଶ୍ୱସ୍ତରୀୟ ମହୋଦଧି ଦିବସ ଓ ବିଚ ଓସେନ ସ୍ପୋର୍ଟ୍ସ କର୍ଣ୍ଣିଭାଲ ପୁରୀ ର ସ୍ୱର୍ଣ୍ଣାଭ ବେଳାଭୂମି ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ଗତକାଲି ଠାରୁ ଆରମ୍ଭ ହୋଇଛି |ଖେଳକୁଦ ଓ ସମୁଦ୍ର ପହଁରା ରେ କମ୍ପୁଛି ବେଳାଭୂମି |ଦେଶ ବିଦେଶ ର ପାର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାମାନେ ଏହା ଦେଖି ବିଭୋର ହେଉଛନ୍ତି |ସମୁଦ୍ର ଜଳରାଶି ରେ ଅନୁଷ୍ଠିତ ଖେଳ ମଧ୍ୟରେ ସମୁଦ୍ରପହଁରା,କାୟକିଙ୍ଗ କନୱାଗିଙ୍ଗ,ରନ ସୁଇମ ରନ, ରେସକ୍ଯୁ ଟିୟୁ ରେସକ୍ଯୁ କ୍ରୀଡାରେ ୧୯ ଓ ୧୬ ବର୍ଷ ରୁ କମ ଖେଳାଳୀ, ପୁରୁଷ ଓ ମହିଳା ଓପନ ଖେଳାଳୀ ଓ ମାଷ୍ଟର ଖେଳାଳୀ ଯୋଗଦେଇଥିଲେ | ଶ୍ରୀଲଙ୍କା ର ୨୯ ଖେଳାଳୀ ସମେତ ୩୮୦ ଖେଳାଳୀ ଅଂଶ ଗ୍ରହଣ କରିଥିଲେ | ଟିମ ମ୍ୟାନେଜର ସି ଇ ଓ ଲାଇଫ ସେଭିଂ ଅଫ ଶ୍ରୀଲଙ୍କା ର ଆସଣ୍ଡା ନନାୟକ୍କର ଯୋଗଦେଇଥିଲେ | ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳୀ ଅଂଶଗ୍ରହଣ କରିଥିଲେ |ପ୍ରଥମ ଦିନ ଖେଳ ପ୍ରତିଯୋଗିତା ରେ କ୍ରୀଡ଼ାବିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ପ୍ରଥମ, ଦିତ୍ୱୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ | ସର୍ଭିସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ମଧ୍ୟ ଖେଳାଳୀ ଯୋଗ ଦେଇଛନ୍ତି |ଭାରତୀୟ କୋଚ ଭାବେ ଆର ଏଲ ଏସ ଏସ ର କୌସ୍ତୁଭ ବକ୍ସି, ରୋହିତ ପି., ପ୍ରଦୀପ ନାଇଡ଼ୁ, ଜୟନ୍ତ କୁମାର ସିଂ, ଆର. ମୈୟାପାନ, ଧର୍ମେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ |
ମହୋଦଧି ଦିବସ ର ଦ୍ଵିତୀୟ ଦିନ :-
ସକାଳ ୭ ଟା ରେ ଖେଳାଳୀ ମାନେ ଯୋଗ ଦେଇଥିଲେ | ସ୍ପୋର୍ଟ୍ସ ଏରିନା ରେ ଖେଳାଳିମାନେ ଓ ସ୍ୱଚ୍ଛାସେବୀମାନେ ଡାନ୍ସ ଫିଟନେସ ରେ ଯୋଗଦେଇଥିଲେ | ସମୁଦ୍ର ଜଳ ରେ ଖେଳାଳିମାନେ ବିଭିନ୍ନ ଖେଳ ପ୍ରତିଯୋଗିତା ରେ ଯୋଗ ଦେଇଥିଲେ |ସ୍ଥାନୀୟ କ୍ରୀଡା କ୍ଲବ ପକ୍ଷ ରୁ ଥ୍ରୋ ବଲ, ଭଲିବଲ, ମାଲଖମ୍ବ ଅନୁଷ୍ଠିତ ହୋଇଥିଲା |ଇଣ୍ଡୋ -ଶ୍ରୀଲଙ୍କା ବିଚ ସ୍ପ୍ରିଣ୍ଟ ଖେଳ ହୋଇଥିଲା | ସନ୍ଧ୍ୟା ୬ ଟା ରେ ଗଦି କୁସ୍ତି କୁ ଦର୍ଶକ ଉପଭୋଗ କରିଥିଲେ | ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଚିତ୍ରଶିଳ୍ପୀ ଦୁର୍ଗା ମାଧବ କର ଙ୍କ ନିର୍ଦଶନା ରେ ଆର୍ଟ ଗ୍ୟାଲେରୀ ରେ ଶିଳ୍ପୀମାନେ ସୁନ୍ଦର ଚିତ୍ର ଆଙ୍କୁଥିବା ଦୃଶ୍ୟ ପାର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥିଲା |ପ୍ରତିଦିନ ସନ୍ଧ୍ୟା ରେ ପ୍ରାୟ ୫ହଜାର ରୁ ଉର୍ଦ୍ଧ ଦର୍ଶକ ଏହାକୁ ଉପଭୋଗ କରୁଛନ୍ତି |