ଭୋପାଳ– ରାଜଧାନୀ ଭୋପାଳରେ ବୁଧବାର ଗୀତା ଜୟନ୍ତୀ ଅବସରରେ ବିଶ୍ୱ ରେକର୍ଡ ହୋଇଛି । ଭୋପାଳର ମୋତିଲାଲ ଷ୍ଟାଡିୟମରେ 5ହଜାର ଆଚାର୍ଯ୍ୟ ଓ ପ୍ରତିଭାଗିଙ୍କ ଦ୍ୱାରା ଗୀତାର ସାମୁହିକ ପାଠ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଥମ ଥର 5ହଜାରରୁ ଅଧିକ ଆଚାର୍ଯ୍ୟ ଗୀତାର ତୃତୀୟ ଅଧ୍ୟାୟ କର୍ମଯୋଗର ସସ୍ୱର ପାଠ କରିଛନ୍ତି । ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଏଜୁକେଟର ବିଶ୍ୱନାଥ ବିଶ୍ୱ ରେକର୍ଡ ଘୋଷଣା କରିଥିଲେ, ଏହାପରେ ମୁଖ୍ୟମନ୍ତ୍ରୀ ଯାଦବଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
Related Stories
December 26, 2024
December 26, 2024